ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଜାନୁଆରୀ ୬ ତାରିଖରୁ ସାରା ରାଜ୍ୟରେ ବିଏସକେୱାଇ ନବୀନ କାର୍ଡର ପଞ୍ଜୀକରଣ ଆରମ୍ଭ ହୋଇଛି। ଏହି ମହତ୍ବକାଂକ୍ଷି ଯୋଜନାର ପୋଷ୍ଟର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଦ୍ବାରା ରିଲିଜ୍ ହୋଇଯାଇଛି। ପାଞ୍ଚ ଦିନିଆ ସୁବର୍ଣ୍ଣପୁର ଲୋକ ମହୋତ୍ସବର ପ୍ରଥମ ଦିନରେ ଏହି ପୋଷ୍ଟର ରିଲିଜ୍ କାର୍ଯ୍ୟକ୍ରମ ହୋଇଥିଲା। ଏହି ଅବସରରେ ସୁବର୍ଣ୍ଣପୁର ଜିଲ୍ଲାପାଳ ବିମଳେନ୍ଦୁ ରାୟ, ଏଡିଏମ୍ ସୂର୍ଯ୍ୟ ନାରାୟଣ ଦାଶ, ଏସପି ଅମରେଶ ପଣ୍ଡା, ଭାରପ୍ରାପ୍ତ ସିଡିଏମଓ ଡାକ୍ତର ଦୁର୍ଗାଦତ୍ତ ଦାଶ, ଜିଲ୍ଲା ପରିଷଦ ବିଡିଓ ଅଶ୍ବିନୀ ମେହେର, ଡିପିଏମ ବିଶ୍ବମ୍ବର ବେହେରା, ବିଏସକେୱାଇ ଜିଲ୍ଲା ସଂଯୋଜିକା ପ୍ରଜ୍ଞାପରିମିତା ଦାଶ ଉପସ୍ଥିତ ଥିଲେ। ସ୍ବାସ୍ଥ୍ୟ ବିଭାଗର କର୍ମଚାରୀ ବୃନ୍ଦାବନ ସାହୁ, ଗୀତାଞ୍ଜଳି ମେହେର, ପ୍ରମୋଦ ସାହୁ, ହରପ୍ରସାଦ ଦାସ, ଅନ୍ତର୍ଯ୍ୟାମୀ ଶତପଥୀ, କ୍ଷୀରୋଦ ବିଶ୍ବାଳ ପ୍ରମୁଖ କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ। ତେବେ ପୋଷ୍ଟର ରିଲିଜ୍ ପରେ ବହୁ ଜନ ସାଧାରଣ ବିଏସକେୱାଇ ଷ୍ଟଲକୁ ଆସି ବିଏସକେୱାଇ ନବୀନ କାର୍ଡ ସଂପର୍କରେ ପଚାରି ବୁଝିଥିଲେ।