କେଓମାଲ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉଦଯାପିତ

ବାଳକ ବିଭାଗରୁ ରାଜୁ ଓ ବାଳିକାରୁ ବିଷ୍ଣୁପ୍ରିୟା ଚମ୍ପିୟାନ ବିବେଚିତ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗିର ଜିଲ୍ଲା ସଇଁତଳା ବ୍ଲକ ସ୍ଥିତ ଜୁରାବନ୍ଦ ପଞ୍ଚାୟତ କେଓମାଲ ଉଚ୍ଚ ବିଦ୍ୟାଳୟରେ ଗତ ୨ ଦିନ ଧରି ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ ହୋଇଯାଇଛି। ଏହାର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ କେଓମାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଜୟଶ୍ରୀ ସାହୁ ଯୋଗଦାନ କରି ବାର୍ଷିକ କ୍ରୀଡାକୁ ଉଦଘାଟନ କରିଥିଲେ। ଉକ୍ତ ଖେଳକୁ ଶାରୀରିକ ଶିକ୍ଷକ ନରସିଂହ ସ୍ଵାମୀ ନାଇଡୁଙ୍କ ତତ୍ତ୍ୱବଧାନରେ ଛାତ୍ର ଛାତ୍ରୀ ଙ୍କ ପାଇଁ କ୍ରୀଡା ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏହାର ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟଅତିଥି ପାଟଣାଗଡ଼ ବ୍ଲକ ଶିକ୍ଷା ଅଧିକାରୀ ଶଙ୍କର ପ୍ରସାଦ ମାଝୀ, ସମ୍ମାନିତ ଅତିଥି କେଓମାଲର ପୂର୍ବତନ ପ୍ରଧାନ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଯୋଗ ଦେଇ ଛାତ୍ର ଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। ଏହି କ୍ରୀଡ଼ାରେ ୧୦୦ ମିଟର, ୨୦୦ ମିଟର, ୪୦୦ ମିଟର, ସଟ ପୁଟ, ଡିସ ଥ୍ରୋ, ରିଲେ ରେସ, ମ୍ୟୁଜିକ ଚେୟାର ଏବଂ ବିଦ୍ୟାଳୟ ମଧ୍ୟରେ କ୍ରିକେଟ ମ୍ୟାଚ୍ ଆୟୋଜିତ ହୋଇଥିଲା। ଏହି ପରିପ୍ରେକ୍ଷୀରେ ୧୦୦ ମିଟର ଦୌଡ଼ରେ ବାଳକ ବିଭାଗରେ ପ୍ରଥମ ସ୍ଥାନ ହୋଇଥିବା ରାଜୁ ପଧାନ, ଦ୍ଵିତୀୟ ହେମନ୍ତ ଶାଣ୍ଡ ଓ ତୃତୀୟରେ ମାୟାଧର ଭୋଇ ବିବେଚିତ ହୋଇଛନ୍ତି। ସେହିପରି ବାଳିକା ବିଭାଗରେ ୧୦୦ ମିଟର ଦୌଡ଼ରେ ବିଷ୍ଣୁପ୍ରିୟା ପଟ୍ଟନାୟକ ପ୍ରଥମ, ଉମାକାନ୍ତି ମହାନନ୍ଦ ଦ୍ଵିତୀୟ, ସାବିତ୍ରୀ ବଢିଆ ତୃତୀୟ, ସଟଫୁଟ ବାଳକରେ ହେମନ୍ତ ସାଣ୍ଡ୍ ପ୍ରଥମ, ଟଙ୍କ ବଗର୍ତ୍ତୀ ଦ୍ଵିତୀୟ, ଆରୀୟନ୍ ପଧାନ ତୃତୀୟ, ସଟ ଫୁଟ ବିଭାଗରେ ବାଳିକା ବର୍ଗରେ ଚନ୍ଦ୍ରମା ବରିହା ପ୍ରଥମ, ଅଞ୍ଜଳି ଭୁଏ ଦ୍ଵିତୀୟ, ମାମି ସୁନାନି ତୃତୀୟ ସ୍ଥାନ ହାସଲ କରିଛନ୍ତି। ଏହି ବିଦ୍ୟାଳୟରେ ଚଳିତ ବର୍ଷ ବାଳକ ବିଭାଗର ଛାତ୍ର ରାଜୁ ପ୍ରଧାନ ଓ ବାଳିକା ବିଭାଗରେ ଛାତ୍ରୀ ବିଷ୍ଣୁପ୍ରିୟା ପଟ୍ଟନାୟକ ଚମ୍ପିୟାନ ବିବେଚିତ ହୋଇଛନ୍ତି। ଶେଷରେ ବିଜ୍ଞାନ ଶିକ୍ଷକ ରାଜେନ୍ଦ୍ର ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ। ଏଥିରେ ବିଦ୍ୟାଳୟର ଶିକ୍ଷକ ସଂଜୀବ ପ୍ରଧାନ, ଦୟା ସାଗର ପାଣ୍ଡେ, ସୁଶାନ୍ତ ଭୋଇ, ବରିଷ୍ଠ କିରାଣି ସତ୍ୟ ନାରାୟଣ ରାଜପଲିଆ, ଲକ୍ଷ୍ମୀପ୍ରିୟା ଗୁରାଣ୍ଡି, ମନ୍ଟୁ ପ୍ରଧାନ, ଗୋପବନ୍ଧୁ ଭୋଇ ପ୍ରମୁଖ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.