ସନ୍ଦେହଜନକ ଅବସ୍ଥାରେ ନାବାଳିକାଙ୍କ ମୃତ୍ୟୁ ପ୍ରସଙ୍ଗ: ସମଲେଇ ସେନା ଓ ଏଆଇଡିଏସଓ ସଂଗଠନ ତରଫରୁ ଦାବୀପତ୍ର

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ଥାନା କରମତଲା ପଞ୍ଚାୟତ ସ୍ଥିତ ତୁଷ୍ଟାପାଳି ଗାଁ ଲାନ୍ଥନଦୀ କୂଳରୁ ଜଣେ ନାବାଳିକାର ସନ୍ଦେହଜଣକ ଅବସ୍ଥା ମୃତ ଘଟଣା ନେଇ ସମଲେଇ ସେନା ଓ ଏଆଇଡିଏସଓ ସଂଗଠନ ତରଫରୁ ସଇଁତଲା ପୋଲିସ ପ୍ରଶାସନକୁ ଭେଟି ଆଲୋଚନା କରିବା ସହ ପୃଥକ ପୃଥକ ଭାବେ ଦାବିପତ୍ର ପ୍ରଦାନ କରିଛନ୍ତି। ସମଲେଇ ସେନା ସଭାପତି ପ୍ରଦୀପ ଦାଣ୍ଡିଆଙ୍କ ନେତୃତ୍ୱରେ ଅମ୍ବରେଶ ମହାନ୍ତି, ଜୟ ସାହୁ, ଗୌରୀ ରାଉତ, ଜିତୁ ହୋତା ପ୍ରମୁଖ ଥାନାକୁ ପହଂଚି ଥାନା ଅଧିକାରୀ ସହ ଆଲୋଚନା କରିବା ପରେ ଏକ ଦାବିପତ୍ର ପ୍ରଦାନ କରି ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବୀ କରିଛନ୍ତି। ସେହିପରି ଏଆଇଡିଏସଓ ସଂଗଠନ ତରଫରୁ ରାଜ୍ୟ ଉପ ସଭାପତି ସୁନୀଲ ଭୋଇଙ୍କ ନେତୃତ୍ୱରେ ଜିଲ୍ଲା ସମ୍ପାଦକ ମଧୁସୂଦନ ବାଗ, ବିଷ୍ଣୁ ପ୍ରସାଦ ବାଘ, ସିଦ୍ଧାନ୍ତ ମହାକୁର, କର୍ଣ୍ଣ ନାଗ, ଅନ୍ନପୂର୍ଣ୍ଣା କୁମ୍ଭାର ପ୍ରମୁଖ ଉପସ୍ଥିତ ରହି ଟିଟିଲାଗଡ଼ ଏସଡିପିଓ ଅଙ୍କିତା କୁମ୍ଭାର ଓ ସଇଁତଲା ଆଇଆଇସି ଅବନୀ କୁମାର ସାହୁଙ୍କ ସହ ଆଲୋଚନା କରି ଦାବୀପତ୍ର ପ୍ରଦାନ କରିଥିଲେ। ପ୍ରକାଶ ଯେ, ତୁଷ୍ଟାପାଲି ଗାଁର ମହେଦେବ ଛତ୍ରିଆଙ୍କ ଝିଅ ନଳିନୀ ଛତ୍ରିଆ (୧୭) ଗତ ୨ ତାରିଖ ମଙ୍ଗଳବାର ସନ୍ଧ୍ୟାରେ ସାଙ୍ଗ ସାଥି ସହ ଲାନ୍ଥ ନଦୀକୁ ଶୌଚ ପାଇଁ ଯାଇଥିଲେ। ତେବେ ନଳିନୀ ଅନ୍ୟ କୁଆଡେ ଯାଇ ଦୀର୍ଘ ସମୟ ପର୍ଯ୍ୟନ୍ତ ନ ଆସିବା ରୁ ସାଙ୍ଗରେ ଯାଇଥିବା ଅନ୍ୟ ଯୁବତୀ ମାନେ ନଳିନୀକୁ ଖୋଜା ଖୁଜି କରିଥିଲେ। ପରେ ଏକ ବୁଦାମୂଳ ତଳେ ଯୁବତୀ ଜଣକ ଅଚେତ ଅବସ୍ଥାରେ ପଡିଥିବା ଦେଖି ଘରକୁ ଆଣି ପ୍ରଥମେ ସଇନ୍ତଳା ଡାକ୍ତର ଖାନାରେ ପ୍ରାଥମିକ ଚିକିତ୍ସା ପରେ ବଲାଙ୍ଗୀର ଭୀମଭୋଇ ଡାକ୍ତରଖାନରେ ଡାକ୍ତର ମୃତ ଘୋଷଣା କରିବା ସନ୍ଦେହ କରି ବଲାଙ୍ଗୀର ପୁଲିସକୁ ଖବର ଦେବାପରେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ଜବତ କରି ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି। ଏ ନେଇ ପୋଲିସ ଘଟଣାକୁ କଡା ନଜର ରଖି ତଦନ୍ତ ଆରମ୍ଭ ଚଲାଇଥିବା ଜଣାପଡିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.