ଅଧ୍ୟାପକ ମୋହନ ଚରଣ ବିଷି ପାଇଲେ ବଂଶୀବଟ ସାହିତ୍ୟ ସୁଧାନିଧି ସମ୍ମାନ 

ଓଡ଼ିଆ ବାର୍ତ୍ତା/ ବ୍ରହ୍ମପୁର: ବଂଶୀବଟ ମାନସ ସେବା ସମିତି, ନିତ୍ୟ ଆନନ୍ଦ ଆଶ୍ରମ, ପୁରୀର ଅଷ୍ଟାଦଶ ତମ ବାର୍ଷିକ ଉତ୍ସବ ଏବଂ ରାଜ୍ୟ ସ୍ତରୀୟ ଆଧ୍ୟାତ୍ମିକ ସାହିତ୍ୟ ସମାରୋହ-୨୦୨୩ ବ୍ରହ୍ମପୁର, ଗଞ୍ଜାମ ଠାରେ ଅନୁଷ୍ଠିତ ହୋଇଯାଇଛି। ପ୍ରତିବର୍ଷ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଭିନ୍ନ ସମ୍ମାନ ପ୍ରଦାନ କରାଯାଏ। ଏହି ସମାରୋହରେ ଅଧ୍ୟାପକ, ଲେଖକ ତଥା ସ୍ତମ୍ଭକାର ମୋହନ ଚରଣ ବିଷି ବଂଶୀବଟ ସାହିତ୍ୟ ସୁଧାନିଧି ସମ୍ମାନ -୨୦୨୩ ରେ ସମ୍ମାନିତ ହୋଇଛନ୍ତି। ଏହି ସାରସ୍ୱତ ସମାରୋହରେ ଉଦଘାଟକ ଭାବେ ସ୍ବାମୀ ରାମଶରଣାନନ୍ଦ ସରସ୍ୱତୀ ମହାରାଜ, ପୁରୀ, ମୂଖ୍ୟ ଅତିଥି  ଜଗନ୍ନାଥ ପଣ୍ଡା, ବିଶିଷ୍ଟ ଭାଗବତ କଥାକାର, ଛତ୍ରପୁର, ମୁଖ୍ୟବକ୍ତା ସୁଶ୍ରୀ ରଞ୍ଜିତା ପ୍ରିୟ ଭାଷିଣଣୀ, ପ୍ରତିଷ୍ଠାତା ନିତ୍ୟ ଆନନ୍ଦ ଆଶ୍ରମ, ପୁରୀ, ପଣ୍ଡିତ ଅନ୍ନଦା ତ୍ରିପାଠୀ, ଏ. ସନ୍ୟାସୀ ରାଓ, ଗୋଦାବରୀଶ ମହାପାତ୍ର, ବିଜୟ କୁମାର ବେହେରା, ବଂଶୀବଟର ସଂପାଦକ ବୃନ୍ଦାବନ ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ। କୋକସରା ବ୍ଲକ ଗଡରାମାଲ ଗ୍ରାମର ବାସିନ୍ଦା ଶ୍ରୀଯୁକ୍ତ ବିଷି ସଂପ୍ରତି ଲଖିରାମ କଲେଜ ବେହେରା ଠାରେ ରାଜନୀତି ବିଜ୍ଞାନ ଅଧ୍ୟାପକ ଭାବେ କାର୍ଯ୍ୟରତ ଅଛନ୍ତି। ଏହା ବ୍ୟତୀତ ସେ କାଳୀକୃଷ୍ଣ ସଂଘର ସଂପାଦକ ତଥା ଜଣେ ସମାଜସେବା କ୍ଷେତ୍ରରେ ମନୋନିବେଶ କରିଥିବା ଶ୍ରଦ୍ଧାଶୀଳ ବ୍ୟକ୍ତିତ୍ୱ ଅଟନ୍ତି। କାଳୀକୃଷ୍ଣ ସଂଘ ପରିଚାଳକ ଶ୍ରୀ ଜଗଦାନନ୍ଦଜୀ, ବେଦବ୍ରହ୍ମା ଶ୍ରୀ ସରୋଜାନନ୍ଦଜୀ ଓ ଅନେକ ଲେଖକ, ଶୁଭେଛୁ ଏହି ଅବସରରେ ଶୁଭକାମନା ଜଣାଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.