ଇନ୍ଦ୍ରାବତୀ ଜଳ ଭଣ୍ଡାର ସାନଛତ୍ରଙ୍ଗ ଘାଟ ଠାରେ କଳାହାଣ୍ଡି ଉତ୍ସବ ପାଇଁ ନୌଚାଳନା ଏବଂ ତୀର ଚାଳନା ପ୍ରତିଯୋଗିତା 

ଓଡ଼ିଆ ବାର୍ତ୍ତା/ ଥୁଆମୂଳ ରାମପୁର (ପ୍ରଦୀପ କୁମାର ପଣ୍ଡା): ରବିବାର ଥୁଆମୁଳ ରାମପୁର ବ୍ଲକ ଅଧିନସ୍ଥ ଇନ୍ଦ୍ରାବତୀ ଜଳଭଣ୍ଡାରର ସାନଛତ୍ରଙ୍ଗ ଘାଟ ଠାରେ ନୌକାଚାଳନା ଏବଂ ତୀର ଚାଳନା ପ୍ରତିଯୋଗିତା ଅନୁଷ୍ଠିତ ହେଇଯାଇଛି। ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ଥୁଆମୂଳ ରାମପୁର ଏବଂ ଜିଲ୍ଲା ମତ୍ସ୍ୟଚାଷ ବିଭାଗର ମିଳିତ ଆନୁକୂଲ୍ୟରେ ଏହି ପ୍ରତିଯୋଗିତା ଆୟୋଜିତ ହେଇଥିଲା। ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ରାମକୃଷ୍ଣ ଗଣ୍ଡଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉଭୟ ପ୍ରତିଯୋଗୀତାର ଶୁଭାରମ୍ଭ କରିଥିଲେ। ଅନ୍ୟତମ ଅତିଥି ଭାବେ କଳାହାଣ୍ଡି ଉତ୍ସବ ଉପ କମିଟିର ଅଧ୍ୟକ୍ଷ ପଦ୍ମ କିଶୋର ପୁଝାରୀ, ଉପ ମତ୍ସ୍ୟ ନିର୍ଦ୍ଦେଶକ ଅରୁଣ କୁମାର ବେହେରା, ଜିଲ୍ଲା ମତ୍ସ୍ୟ ଅଧିକାରୀ ଦ୍ରୌପଦୀ ମାଝୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା, ସମିତି ଅଧ୍ଯକ୍ଷ ଦୟାନିଧି ମାଝୀ, ଜିଲ୍ଲା ପରିଷଦ ସଭ୍ୟା ଟୁନି ଖୋସଲା, ବିଧାୟକଙ୍କ ପ୍ରତିନିଧି ମାଣିକ୍ୟ ଚନ୍ଦ୍ର ନାଏକ, ପାଡେପଦର ସରପଞ୍ଚ ସୁନ୍ଦରୀ ମାଝୀ, ପାଡେପଦର ସମିତି ସଭ୍ୟ ମୋହନ ସାଗର, ମହୁଲପାଟଣା ସରପଞ୍ଚ ରତ୍ନୀ ମାଝୀ, ଥୁଆମୂଳ ରାମପୁର ସମିତି ସଭ୍ୟା ପୂଷ୍ପାଞ୍ଜଳୀ ନାଏକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ। ନୌଚାଳନା ପ୍ରତିଯୋଗିତାରେ ୭ ଗୋଟି ଦଳ ଅଂଶଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରୁ କମଳାଗୁଡା ଗ୍ରାମର ସୁରୁ ମାଝୀ ଏବଂ ଚକ୍ର ମାଝୀଙ୍କ ଯୁଗ୍ମ ଯୋଡି ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ସାନଛତ୍ରଙ୍ଗ ଗ୍ରାମର ଇନ୍ଦ୍ର ମାଝୀ ଏବଂ ଫଗନୁ ମାଝାଙ୍କ ଯୋଡି ଦ୍ଵିତୀୟ ଏବଂ କମଳାଗୁଡା ଗ୍ରାମର ସଦା ମାଝୀଏବଂ ତ୍ରୀନାଥ ମାଝୀଙ୍କ ଯୋଡି ତୃତୀୟ ସ୍ଥାନ ଅଧିକାର କରିଥିଲେ। ସେହି ଭଳି ତୀର ଚାଳନା ପ୍ରତିଯୋଗୀତାରେ ଉପରଚବରି ଗାଁର ହରି ମାଝୀ ପ୍ରଥମ, ଭବ୍ଡ଼ାପଦର୍ ର ସୁରେନ୍ଦ୍ର ମାଝୀ ଓ ଡିସ୍କୋ ମାଝୀ ଦ୍ଵିତୀୟ ଏବଂ ଉପରଚବରି ର ଲକ୍ଷ୍ମଣ ମାଝୀ ତୃତୀୟ ହୋଇ ମୂଖ୍ୟ ଅତିଥିଙ୍କ ଠାରୁ ପୁରସ୍କାର ସ୍ବରୁପ ନଗଦ ଅର୍ଥ ସାର୍ଟିଫିକେଟ ଓ ଟ୍ରଫି ଗ୍ରହଣ କରିଥିଲେ। ତୀରଚାଳନା ଓ ନୌକା ଚାଳନାରେ ପ୍ରଥମ ପୁରସ୍କାର ୨୫୦୦ ଟଙ୍କା, ଦ୍ୱିତୀୟ ପୁରସ୍କାର ୨୦୦୦ ଟଙ୍କା ଏବଂ ତୃତୀୟ ପୁରସ୍କାର ୧୫୦୦ ଟଙ୍କା ପ୍ରଦାନ କରାଯାଇଥିଲା। ଏହି ଅବସରରେ ମାଁ ମାଣିକେଶ୍ଵରୀ ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଗୋପାଳପୁର ଏବଂ ମହୁଳପାଟଣା ବିଦ୍ୟାଳୟର ଛାତ୍ର ଛାତୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଏହି ପ୍ରତିଯୋଗିତାକୁ ଭୀମସେନ ସାହୁ, ଭାରତ ଭୁଷଣ ଚଲାନ୍, ଭାରତ ଭୁଷଣ ପ୍ରଧାନ, ରଜନୀକାନ୍ତ ଶର୍ମା ପ୍ରମୁଖ ସହଯୋଗ କରିଥିଲେ।ସଭା ସ୍ଥଳରେ ଆଇ ସି ଡି ଏସ, ସ୍ଵାସ୍ଥ୍ୟ ବିଭାଗର ଷ୍ଟଲ ଖୋଲାଯାଇ ସୂଚନା ସହ ସ୍ଵାସ୍ଥ୍ୟ ପରୀକ୍ଷା କରାଯାଇଥିଲା।ସଭାରେ କେନ୍ଦୁଗୁଡା, ସାନଛତ୍ରଙ୍ଗ, ପୁକିଯାଲ, ମହୁଲପାଟଣା, ପାଡେପଦର, କମଳାଗୁଡା ତଥା ଆଖ ପାଖ ପଞ୍ଚାୟତର ବହୁ ଜନ ସାଧାରଣ, ଥୁଆମୂଳ ରାମପୁର କଲେଜର ଛାତ୍ର ଛାତ୍ରୀ, ଗଣମାଧ୍ୟମ ପ୍ରତିନିଧି, ବିଭିନ୍ନ କମିଟିର କର୍ମକର୍ତ୍ତା, ମତ୍ସ୍ୟ, ଆଇ ଟି ଡି ଏ କାର୍ଯ୍ୟାଳୟର କର୍ମଚାରୀ, ଅଗ୍ନିଶମ କର୍ମଚାରୀ,ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ । ଏମ.ଏମ୍.ପି.ଏସ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ସତ୍ୟ ନାରାୟଣ ମୁଣ୍ଡଛିନା ମଂଚ ପରିଚାଳନା କରିଥିବା ବେଳେ ଥୁଆମୂଳ ରାମପୁର ଅଗ୍ନିଶମ ବାହିନୀ ଏବଂ ପୁଲିସ ପ୍ରଶାସନ ପକ୍ଷରୁ ସକ୍ରିୟ ସହଯୋଗ କରାଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.