ସୁଜନ ନାଗ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟରେ କଳାପଥର ବିଜୟୀ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସହରର ରୟାଲ ପଡିଆ ଠାରେ ଚାଲିଥିବା ୧୧ତମ ସୁଜନ ନାଗ ସ୍ମାରକୀ ରାଜ୍ୟ ସ୍ତରୀୟ ଫୂଟବଲ ଟୁର୍ଣ୍ଣlମେଣ୍ଟର ଆଜି ଦ୍ୱତୀୟ ଦିବସରେ ସ୍ପୋର୍ଟ ହଷ୍ଟେଲ ଫୁଲବାଣୀ ବନାମ ଇଲେଭେନ ଷ୍ଟାର କଳାପଥର ମଧରେ ଅନୁଷ୍ଠିତ ହୋଇଥିଲା। ଆଜିର ମ୍ୟାଚରେ ୩-୦ ବ୍ୟବଧାନ ରେ ଇଲେଭେନ ଷ୍ଟାର କଳାପଥର ଦଳ ବିଜୟୀ ହୋଇ ସେମିଫାଇନାଲ କୁ ପ୍ରବେଶ କରିଛି। ଆଜିର ମ୍ୟାଚରେ ବେଷ୍ଟ ଗୋଲକିପର ଭାବରେ ସୋନପୁରର ଅଂଶୁ ମୁଣ୍ଡା, ବେଷ୍ଟ ଡିଫେନ୍ ଫୁଲବାଣୀ ର ବେଲାର, ବେଷ୍ଟ ଉଇଙ୍ଗର ଅଭୟ ମୁଣ୍ଡା, ବେଷ୍ଟ ମିଡଫିଲ୍ଡ ଦେବରାଜ କଁହର ଫୁଲବାଣୀ ଓ ମେନ ଅଫ ଦି ମେଚ୍ ଭାବରେ ସୋନପୁରର ବିଜୁ ଓରାମ ସୁନ୍ଦର ଗୋଲ ସ୍କୋର କରିଥିଲେ। ଖେଳର ପ୍ରଥମାର୍ଦ୍ଧରେ ରେ ପ୍ରଥମ ଗୋଲ ପରେ ଦ୍ୱତୀୟ ଓ ତୃତୀୟ ଗୋଲ ସ୍କୋର ହୋଇଥିଲା। ଆଜିର ଏହି ଖେଳରେ ମୁଖ୍ୟ ଅତିଥି ଭାବରେ ସୁବର୍ଣ୍ଣପୁର ର ହାବିଲଦାର ଓ କନେଷ୍ଟବଳ ସଂଘର ନବ ନିର୍ବାଚିତ ସଭାପତି ଦିନେଶ ମିଶ୍ର, ଗୌତମ ପାତ୍ର, ଶ୍ରୀରାମ ସୁନା, ପ୍ରଦୀପ ସାହୁ, ନରସିଂହ ତରିଆ, ଚମରା ପଧାନ, ସୁଭେନ୍ଦୁ ସାହୁ ପ୍ରମୁଖ ଅତିଥି ଭାବରେ ଯୋଗ ଦାନ କରି ପୁରସ୍କାର ବିତରଣ କରିଥିଲେ। ଆଜିର ଖେଳକୁ ଜଗତ ଜଗଦଲା, ରାଜେଶ ଥନାପତି ପରିଚାଳନା କରିଥିବାବେଳେ ଚିକୁ ବଡ଼ପଣ୍ଡା ଲାଇନ୍ସମେନ ଭାବରେ ସହଯୋଗ କରି ଥିଲେ। ପ୍ରଶାନ୍ତ ସେଠି ମ୍ୟାଚ କମିଶନର ଭାବରେ ଦାଇତ୍ୱ ତୁଲାଇ ଥିଲେ ଓ ରାକେଶ ନାଗ ଧାରା ବିବରଣୀ ପ୍ରଦାନ କରି ଥିଲେ, ପୁରସ୍କାର ବିବରଣୀ କାର୍ଯ୍ୟକ୍ରମ କୁ ଏକାଡେମୀ ର ଜନ୍ମେଜୟ ନାଗ ପରିଚାଳନା କରିଥିଲା ବେଳେ ଲମ୍ବୋଦର, ଟୁନା, ଭଜମନ, ସୁନୀଲ, ଛବିଳ, ପ୍ରମୁଖ ସହଯୋଗ କରିଥିଲେ। ଆସନ୍ତା କାଲି ରୟାଲ ଷ୍ଟାର ବରଗଡ ଏବଂ ଇଲେଭେନ ଷ୍ଟାର, କଳାପଥର ମଧ୍ୟରେ ଖେଳ ଅନୁଷ୍ଠିତ ହେବ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.