କେଗାଁଠାରେ ଡି/୧୯ ସିଆରପିଏଫ ପକ୍ଷରୁ ଜନ ସମ୍ପର୍କ ଶିବିର 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ କେଗାଁ ସରସ୍ୱତି ଶିଶୁ ମନ୍ଦିର ପ୍ରାଙ୍ଗଣରେ ଡି/୧୯ ସିଆରପିଏଫ ପକ୍ଷରୁ ଜନ ସମ୍ପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି। କମାଣ୍ଡେଣ୍ଟ ମନୋଜ କୁମାରଙ୍କ ନିର୍ଦ୍ଦେଶରେ ସି.ଏମ.ଓ ୬୪ ବାଟାଲିୟନ ସଞ୍ଜୟ ରଜକ ଅଧ୍ୟକ୍ଷତାରେ କେଗାଁ ଥାନା ଏ.ଏସ.ଏଇ ମେଘନାଦ ହାଁସଦା କେଗାଁ ଗ୍ରାମପଞ୍ଚାୟତ ସରପଞ୍ଚ ଅମୃତା ବଚ୍ଛା, ସିନାପାଲି ସରପଞ୍ଚ ନଉଁକେଶ୍ୱର ପଟେଲ, ନୂଆଗାଁ ସରପଞ୍ଚ ଦୁଷ୍ମନ୍ତ ଭୋଇ ଆଞ୍ଚଳିକ ବାସ୍ତରଣୀ ମହାବିଦ୍ୟାଳୟ ଅଧକ୍ଷ ତ୍ରିଲୋଚନ ସାହୁ, ଡାକ୍ତର ଖୁସିରାମ ସୁନା, ନାଏବ ସରପଞ୍ଚ ସଂଯୁକ୍ତା ସିପକାଙ୍କ ଉପସ୍ଥିତିରେ କେଗାଁ, ସାନଚେରଗାଁ, ମାଲପଡା, ଦର୍ଲିପଡା ଓ ଗୁରୁଜିପଡାର ଶତାଧିକ ଗରିବ ନିହିର ଲୋକଙ୍କୁ ମାଗଣାରେ ରୋଷେଇ ଉପକରଣ ଓ କମଳ, କ୍ରୀଡ଼ାବିତଙ୍କ ପାଇଁ ଖେଳ ସାମଗ୍ରୀ ବିତରଣ କରାଯାଇଥିଲା। ଉକ୍ତ ଅବସରରେ ଶିକ୍ଷା ସମ୍ବନ୍ଧିୟ ପ୍ରାମାଣିକ ଚିତ୍ର ପଦର୍ଶିତ ହେବା ସହିତ ଛାତ୍ରଛାତ୍ରୀଙ୍କ ଦ୍ୟୁରା ନୃତ୍ୟ ପରିବେଷଣ କରି ଘରେ ଥିବା ଛୋଟ ଛୋଟ ଛୁଆମାନଙ୍କୁ ନିୟମିତ ସ୍କୁଲକୁ ପାଠ ପଢାଇ ଶିକ୍ଷିତ କରିବାକୁ ସହକାରୀ କମାଣ୍ଡେଣ୍ଟ ଶ୍ରୀ ସିଂ ଉପସ୍ଥିତ ଲୋକଙ୍କୁ ଆହ୍ୱାନ ଦେବା ସହିତ ଲୋକଙ୍କୁ ଶିକ୍ଷା ସହିତ ସ୍ୱାସ୍ଥ୍ୟ ଓ ଶିକ୍ଷା ଉପରେ ମଧ୍ୟ ସିଆରପିଏଫର ଅଧିକାରୀମାନେ ଯତ୍ନବାନ ବୋଲି କହିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.