ସୋନପୁର ପୌର ପରିଷଦରେ ଅର୍ପଣ ରଥର ଶୁଭାରମ୍ଭ

ସହରରେ ବିପୁଳ ସମ୍ବର୍ଦ୍ଧନା 

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁର ସଦର ମହକୁମା ପୌର ପରିଷଦ ଠାରେ ବୁଧବାର ଅର୍ପଣ ରଥର ଶୁଭାରମ୍ଭ ହୋଇଯାଇଛି। ଡିଆରଡିଏ ପିଡି ଡୁଡ଼ା ବିଶ୍ଵନାଥ ବାରିକ ଏହି ରଥ କୁ ଶୁଭାରମ୍ଭ କରିଥିବା ବେଳେ ସମ୍ମାନୀତ ଅତିଥି ଭାବରେ ପୌର ଅଧ୍ୟକ୍ଷା ତାମସି ତାମସ୍ମିତା ନାଏକ, ପୌର ଅଧିକାରୀ ମାନୋରଞ୍ଜନ ପଣ୍ଡା ଯୋଗ ଦେଇ ସହରରେ ବିଭିନ୍ନ ୱାର୍ଡ ମାନଂକ ରେ ରଥ ପରିକ୍ରମା କରାଇ ଲୋକ ଙ୍କୁ ଏହାର ଉଦ୍ଦେଶ୍ୟ ଉପରେ ସୁଚନା ଦେଇଥିଲେ। ୱାର୍ଡ ନମ୍ୱର୍ ୩, ୪, ୬, ୧୩ ରେ ଆଜି ଏହି ଅର୍ପଣ ରଥକୁ ଲୋକେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା କରି ଶ୍ରୀ ଜଗନ୍ନାଥଙ୍କୁ ଅରୁଆ ଚାଉଳ ଫୁଲ ଅର୍ପଣ କରିଥିଲେ। ପୌର ଅଧିକାରୀ ମନୋରଞ୍ଜନ ପଣ୍ଡାଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସହରର ସମସ୍ତ ୱାର୍ଡର କାଉନସିଲର ଓ ବିଭିନ୍ନ ସାମାଜିକ ଅନୁଷ୍ଠାନ ଯୋଗ ଦେଇଥିଲେ। ଏହି ଅବସରରେ ହଜାର ହଜାର ଲୋକଙ୍କ ଉପସ୍ଥିତିରେ ନାମ ସଂକୀର୍ତ୍ତନ ମଣ୍ଡଳୀର ହରିବୋଲ ଓ ମହିଳାମାନଙ୍କ ହୁଳହୁଳି ମଧ୍ୟରେ ଅର୍ପଣ ରଥକୁ ସହର ପରିକ୍ରମାର ଶୁଭାରମ୍ଭ କରାଯାଇଥିଲା। ସମସ୍ତ ଜନସାଧାରଣ ଶ୍ରୀକ୍ଷେତ୍ରର ଏହି ପବିତ୍ର ଯଜ୍ଞ ଅନୁଷ୍ଠାନରେ ଆଧ୍ୟାତ୍ମିକ ଓ ମାନସିକ ସ୍ତରରେ ଯୋଡି ହୋଇ ଜଗନ୍ନାଥ ସଂସ୍କୃତିକୁ ଉଦ୍ଜୀବିତ କରିବାକୁ ପ୍ରତି ପରିବାରରୁ ଗୁଆ ଓ ଚାଉଳ ସଂଗ୍ରହ କରାଯାଇଅଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.