ରୁପ୍ରାରୋଡରେ ରାଜ୍ଯ ସ୍ତରୀୟ କ୍ରିକେଟ ଟୁର୍ଣାମେଣ୍ଟ ଉଦ୍ଘାଟିତ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ରୁପ୍ରାରୋଡ ହାଇସ୍କୁଲ ପଡ଼ିଆରେ ରୁପ୍ରାରୋଡ କ୍ରିକେଟ କମିଟି ଆନୁକୁଲ୍ୟରେ ଦ୍ବିତୀୟ ଥର ପାଇଁ ଜାନୁୟାରୀ ୧୦ ରୁ ୨୦ ଯାଏଁ ଅନୁଷ୍ଠିତ ହେଉଛି କଳାପାହାଡ଼ କପ କ୍ରିକେଟ ଟୁର୍ଣ୍ଣମେଣ୍ଟ।  କ୍ରୀକେଟ କମିଟିର ସଭାପତି ରିନେଶ ଅଗ୍ରୱାଲ ଓ ସମ୍ପାଦକ ନୀରଜ ଶର୍ମାଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଏହା ଅନୁଷ୍ଠିତ ହୋଇଥିବା ବେଳେ ନର୍ଲା ବ୍ଲକ ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଛନ୍ତି। ଏନେଇ ଏକ ମଞ୍ଚ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଶ୍ରୀ ମହାନ୍ତି ଖେଳାଳୀ ମାନଙ୍କୁ ଉଦବୋଧନ ଦେଇଥିଲେ। ରାଜ୍ୟ ସ୍ତରୀୟ ଏହି ଟୁର୍ଣ୍ଣମେଣ୍ଟରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ୧୬ ଗୋଟି ଟିମ ଅଂଶ ଗ୍ରହଣ କରିଥିବା ଜଣାପଡିଛି। ରୁପ୍ରାରୋଡ କ୍ରିକେଟ କମିଟିର ସଦସ୍ୟ ରଞ୍ଜନ ମହାନ୍ତି, ଚନ୍ଦନ ମହାନ୍ତି, ସଞ୍ଜୀବ ସେଠ୍, ସୁଶାନ୍ତ, ବାପୁନ, ସ୍ଵାଧୀନ, ମିଟୁ, ମାଧବ ପ୍ରମୁଖ ବିଭିନ୍ନ ଦାୟୀତ୍ୱରେ ରହି ଟୁର୍ଣ୍ଣମେଣ୍ଟ ପରିଚାଳନା କରୁଥିବା ଜଣାପଡ଼ିଛି। ଆଜିର ଉଦଘାଟନୀ ମ୍ୟାଚ୍ର ନର୍ଲା ଓ ଲାଖପଦର ଏକାଦଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ହେମନ୍ତ ମାଝୀ ଓ ବେଣୁ ପଟେଲ ଅମ୍ପାୟର ଭାବରେ ଖେଳ ପରିଚାଳନା କରୁଥିଲେ। ଭକ୍ତ ଭୋଇ, ମାଧବ ମହାନ୍ତି ଓ ସୁଦୀପ ସ୍କୋର୍ବୋର୍ଡ ଦାଇତ୍ୱ ତୁଲାଇଥିଲେ। ସାନୁ ଶର୍ମା ଧାରା ବିବରଣୀ ପ୍ରଦାନ କରିଥିଲେ। ଉଦଘାଟନୀ ମ୍ୟାଚରେ ନର୍ଲା ଏକାଦଶ ଟସ୍ ଜିଣି ପ୍ରଥମ ବ୍ୟାଟିଂ ନିଷ୍ପତି ନେଇ ୬ ୱିକେଟ ହରାଇ ୧୨୧ ରନ କରିଥିଲା। ଲାଖପଦର୍ ଦଳ ସମସ୍ତ ୱିକେଟ୍ ହରାଇ ମାତ୍ର ୯୯ ରନ ସଂଗ୍ରହ କରିଥିଲେ। ଫଳରେ ନର୍ଲା ଏକାଦଶ ୨୨ ରନରେ ବିଜୟୀ ହୋଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.