ଗୋଲାମୁଣ୍ଡା ବ୍ଲକ ପାଇଁ ସୁନାମ ଅଣିଲେ କଣ୍ଟାମାଲର ଝିଅ

ଓଡିଶା ବ୍ଲାଇଣ୍ଡ କ୍ରିକେଟ ଟିମରେ ଖେଳିଳେ ବିଣା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ବଣର ମଲ୍ଲି ମହକିଲା ଭଳି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ କୁହୁରା ଗ୍ରାମପଞ୍ଚାୟତ କଣ୍ଟାମାଳ ଗ୍ରାମର ଆଦିବାସୀ ଝିଅ ବିଣା ମାଝୀ କର୍ଣ୍ଣାଟକରେ ଚାଲିଥିବା ଜାତୀୟ ମହିଳା ବ୍ଲାଇଣ୍ଡ ଟି-୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଓଡିଶା ଦଳ ପକ୍ଷରୁ ଖେଳି ଜିଲ୍ଲା ଓ ଗୋଲାମୁଣ୍ଡା ବ୍ଲକ ପାଇଁ ସୁନାମ ଅଣିଛନ୍ତି । ବାପା ମାଁ ଛେଉଣ୍ଡ ବିଣା ମାଝୀ ପାଇଁ ଆଜି ଗାଁ ଲୋକଙ୍କ ମନରେ ଆଜି ଉତ୍ସାହ ଖେଳିଯାଇଛି । ବିଣାଙ୍କ ବାପା ଡାକେଶ୍ୱର ମାଝୀ ୨୦୧୮ ମସିହାରେ ମୃତ୍ୟୁ ବରଣ କରିଥିବା ବେଳେ ମାଁ ନିଳେନ୍ଦ୍ରି ମାଝୀ ୨୦୨୧ ମସିହାରେ ମୃତ୍ୟୁ ବରଣ କରିଛନ୍ତି । ଘରେ ତାଙ୍କର ବଡ ଭଉଣୀ ବିଦୁଶ୍ମିତାଙ୍କ ବିବାହ ହୋଇ ସାରିଥିବା ବେଳେ ସାନ ଭଉଣୀ ରେଖା ମାଝୀ ଭୂବନେଶ୍ୱ କିସ ରେ ପାଠ ପଢୁଛନ୍ତି । ବିଣା ଘରେ ମଝିଆ ଝିଅ ହୋଇଥିବା ବେଳେ ତାଙ୍କ ତଳ ଭାଇ ଯଶୋବନ୍ତ କମ ବୟସ ହୋଇଥିଲେ ମଧ୍ୟ ଘର ଚଳାଇବା ପାଇଁ ମୁମ୍ବାଇରେ କାମ କରୁଛନ୍ତି । ବିଣାଙ୍କ ସାନ ଭାଇ ଟେନିସ ମାଝୀ ଭବାନୀପାଟଣାର ଏକ ଅନାଥ ଅଶ୍ରମରେ ରହି ପାଠ ପଢୁଛନ୍ତି । ବିଣା ଛୋଟ ବେଳୁ ପାଠ ପଢା ପ୍ରତି ଆଗ୍ରହ ଥିବାରୁ ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ବ୍ଲାଇଣ୍ଡ ସ୍କୁଲରେ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପଢି ଘରର ପରିସ୍ଥିତି ଠିକ ନଥିବାରୁ ସେଠାରୁ ଚାଲି ଆସି ଗାଁ ସ୍କୁଲରେ ଅଷ୍ଟମରୁ ଦଶମ ଶ୍ରେଣୀ ପାସ କରି ବୋର୍ଡା ଚନ୍ଦ୍ରିକା ଜୈନ ସେକେଣ୍ଡେରୀ ସ୍କୁଲରେ ଯୁକ୍ତ ଦୁଇ ପାସ କରିଛନ୍ତି । ମନରେ ନୁଆ ଶିଖିବାର ଆଶା ନେଇ ଗତବର୍ଷ ଭୂବନେଶ୍ୱରରେ କମ୍ପୁଟର ଶିକ୍ଷା ପାଇଁ ଚାଲିଆସିଥିଲେ । ସେଠାରେ ରହିବା ସମୟରେ ତାଙ୍କର କ୍ରିକେଟ ଖେଳ ଦେଖି ସାଙ୍ଗମାନେ ଗାଞ୍ଜମଠାରେ ହେବାକୁ ଥିବା ବ୍ଲାଇଣ୍ଡ ପ୍ରଶିକ୍ଷଣ ଶିବିର ଓ ଓଡିଶା ଟିମ ଚୟନ ଶିବିରେ ସାମିଲ ହେବାକୁ କହିଥିଲେ । ସେଠାରେ ବିଣା ତାଙ୍କ ଖେଳ ଦ୍ୱାରା ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଓ ଚଳିତ ଜାତୀୟ ମହିଳା ବ୍ଲାଇଣ୍ଡ ଟି-୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଖେଳିବା ପାଇଁ ଓଡିଶା ୧୫ ଜଣିଆ ଦଳରେ ଚୟନ ହୋଇଥିଲେ । ଜାତୀୟ ମହିଳା ବ୍ଲାଇଣ୍ଡ ଟି-୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଓଡିଶା ଦଳ ଭଳ ଖେଳ ପ୍ରଦର୍ଶନ କରି ଚମ୍ପିୟାନ ହୋଇ ଆଜି ଓଡିଶା ଫେରିଛି । ସେ ଏହି ଟୁର୍ଣ୍ଣାମେଣ୍ଟରେ ଖେଳିବାକୁ ସୁଯୋଗ ପାଇ ନଥିଲେ ମଧ୍ୟ ସେମିଫାଇନାଲ ଓ ଫାଇନାଲ ମ୍ୟାଚରେ ପଡିଆକୁ ଆସି ଭଲ ଫିଲଣ୍ଡିଙ୍ଗ କରିଥିଲେ । ବିଣା ଜାତୀୟ ମହିଳା ବ୍ଲାଇଣ୍ଡ ଟି-୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଓଡିଶା ଦଳ ପକ୍ଷରୁ ଖେଳିଥିବା ଖବର ଗାଁରେ ପ୍ରଚାରିତ ହେବା ପରେ ଗାଁରେ ଉତ୍ସବର ମାହୋଲ ଖେଳିଯାଇଛି । ବିଣା ପାଇଁ ଆଜି ଗାଁ ଲୋକେ ଗର୍ବ କରୁଥିବା ବେଳେ ଆସନ୍ତା କାଲି ସେ ଗାଁକୁ ଫେରିଲେ ତାଙ୍କୁ ଗାଁକୁ ପାଛୋଟି ଆଣି ସମ୍ଭଦ୍ଧିତ କରାଯିବ ବୋଲି ଗାଁ ଲୋକେ କହିଛନ୍ତି । ଅପରପକ୍ଷରେ ବାପ ମାଁ ଛେଉଣ୍ଡ ଏହି ପରିବାରକୁ ସରକାରୀ ସହାର୍ଯ୍ୟ ନିହାତି ଜରୁରୀ ବୋଲି ଗ୍ରାମବାସୀ ଦାବୀ କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.