ରାୟଗଡା ଜିଲ୍ଳାସ୍ତରୀୟ ପାଣି ପଂଚାୟତ ପକ୍ଷ ପାଳନ

ଜଳର ସୁବଂଟନ, ସୁପରିଚାଳନା ଓ ସଂରକ୍ଷଣ ସଚେତନତା ପାଇଁ ଗଡିଲା ରଥ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଜଳ ସଂପଦ ବିଭାଗ ଅନ୍ତର୍ଗତ ରାୟଗଡା ଜିଲ୍ଳା କ୍ଷୁଦ୍ର ଜଳ ସେଚନ ବିଭାଜନ ଓ ଜିଲ୍ଳା ପ୍ରଶାସନ ଆନୁକୂଲ୍ୟରେ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ପୂର୍ବାହ୍ନରେ ଅତିରିକ୍ତ ଜିଲ୍ଳାପାଳ ଭାସ୍କର ଚନ୍ଦ୍ର ରଇତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜିଲ୍ଳାସ୍ତରୀୟ ପାଣି ପଂଚାୟତ ସଚେତନତା ରଥକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ।

ଏହି ରଥ ଆସନ୍ତା ଜାନୁଆରୀ ୨୪ତାରିଖ ଯାଏଁ ଜିଲ୍ଳାର ୧୧ଗୋଟି ବ୍ଳକରେ ଥିବା ବିଭିନ୍ନ ଜଳ ସେଚନ ପ୍ରକଳ୍ପ ଅଂଚଳ ତଥା ୮୭ଟି ଏମଆଇପି ଅଂଚଳ ଗସ୍ତ କରି ଚାଷୀମାନଙ୍କ ମଧ୍ୟରେ ସଚେତନତା ବାର୍ତା ପ୍ରସାର କରିବ । ତା’ଛଡା ବିଭିନ୍ନ ପାଣି ପଂଚାୟତର ଚାଷୀମାନଙ୍କ ମଧ୍ୟରେ କ୍ଷୁଦ୍ର ସଭା ଆୟୋଜନ କରି ସେମାନଙ୍କୁ ଜଳର ଉତମ ବିନିଯୋଗ, ଜଳର ସଂରକ୍ଷଣ,ଜଳର ଗୁଣବତା,ନୂତନ ଞାନ କୈାଶଳର ପ୍ରୟୋଗ, ଶେଷ ମୁଣ୍ଡରେ ଥିବା ଚାଷୀଙ୍କ ଜଳଜମିକୁ ଜଳ ଯୋଗାଣ,କେନାଲର ରକ୍ଷାଣବେକ୍ଷଣ ଉପରେ ସଚେତନତା ସୃଷ୍ଟି କରିବା ଏହି ରଥର ମୁଖ୍ୟ ଉଦ୍ଦେଶ୍ୟ ବୋଲି ରାୟଗଡା କ୍ଷୁଦ୍ର ଜଳ ସେଚନ ଅଧୀକ୍ଷଣ ଯନ୍ତ୍ରୀ ଡି.ସୁଧାକର କୁମାର ପ୍ରକାଶ କରିଛନ୍ତି । ସେହିପରି ଏହି ପକ୍ଷ ପାଳନ ଅବସରରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଆୟୋଜିତ ବକୃତା, କ୍ୱିଜ୍‌, ଚିତ୍ରାଙ୍କନ, ରଚନା ଓ ପ୍ରକଳ୍ପର ପ୍ରଦର୍ଶନ ଭଳି ପ୍ରତିଯୋଗିତମାନ ଅନୁଷ୍ଠିତ କରାଯାଇ ୧୫ଜଣ କୃତି ପ୍ରତିଯୋଗିଙ୍କୁ ଗୁଣପୁର ସ୍ଥିତ କୋତଲାଗୁଡା ଠାରେ ଆୟୋଜିତ ବିଭାଜନ ସ୍ତରୀୟ ପାଣି ପଂଚାୟତ କର୍ମଶାଳାରେ ଅତିଥିମାନଙ୍କ ଦ୍ୱାରା ପୁରସ୍କାର ବିତରଣ କରାଯାଇଥିଲା । ବିଶେଷ ଭାବେ କମ ପାଣିରେ ଉନ୍ନତ ମାନର ଫସଲ ଉତ୍ପାଦନ କ୍ଷେତ୍ରରେ ଚାଷୀଙ୍କୁ ପ୍ରୋତ୍ସାହିତ କରିବା ଦିଗରେ ପାଣି ପଂଚାୟତ ରଥ ଜନ ସଚେତନତା ସୃଷ୍ଟି କରିବ ବୋଲି ଜଣାପଡିଛି ।

ଆସନ୍ତା ୨୪ତାରିଖରେ ରାୟଗଡା ଠାରେ ଜିଲ୍ଳାସ୍ତରୀୟ ପାଣି ପଂଚାୟତ ପକ୍ଷ ପାଳନର ଉଦଯାପନୀ କାର୍ଯ୍ୟକ୍ରମ ସ୍ଥିର ହୋଇଥିବା ବେଳେ ରାୟଗଡା ଠାରେ ଆଜି ଆୟୋଜିତ ସଚେତନତା ରଥ ଶୁଭାରମ୍ଭ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜଳ ବିଭାଜିକା ମିଶନ ପ୍ରକଳ୍ପ ନିର୍ଦ୍ଦେଶକ ଡଃ.ଦୟାନିଧି ବାଗ, କ୍ଷୁଦ୍ର ଜଳ ସେଚନ ବିଭାଜନ ରାୟଗଡା କାର୍ଯ୍ୟାଳୟର ଏ୍ମୃିମେଟର ବିଜୟ କୁମାର ପରିଡା,ସହକାରୀ ନିର୍ବାହୀ ଯନ୍ତ୍ରୀ ପଦ୍ମଚରଣ ସାହୁ, ଜୟପ୍ରକାଶ ଦର୍ଜୀ,କନିଷ୍ଠ ଯନ୍ତ୍ରୀ ଏ.କେ.ସେଠୀ, ରାଜେଶ୍ୱର ରାଓ ପ୍ରମୁଖ ଉପସ୍ଥିତ ରହିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.