କୋହଲିଙ୍କ ସାହାଯ୍ୟ ପରେ କମାଲ କରୁଛନ୍ତି ଟେନିସ ଖେଳାଳି ସୁମିତ ନାଗଲ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଟେନିସ ଖେଳାଳି ସୁମିତ ନାଗଲ ଅଷ୍ଟ୍ରେଲିଆନ ଓପନର ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରି ସେ ସମସ୍ତଙ୍କୁ ଗୌରବନ୍ୱିତ କରିଛନ୍ତି । ତେବେ କିଛି ଦିନ ତଳେ ତାଙ୍କ ପାଖରେ ବର୍ଗର ଖାଇବା ପାଇଁ ପଇସା ନ ଥିଲା । ୨୦୨୩ ଏଟିପି ଟୁର ଖେଳିବା ପାଇଁ ସମସ୍ତ ଅର୍ଥ ବନ୍ଦୋବସ୍ତ କରିବା ପରେ ତାଙ୍କ ପାଖରେ ୮୦,୦୦୦ ଟଙ୍କା ବଂଚିଥିଲା । ଅଷ୍ଟ୍ରେଲିଆନ ଓପନ ଖେଳିବା ନେଇ ସେ ଦ୍ୱନ୍ଦ୍ୱରେ ଥିଲେ । ପରେ ଅବଶ୍ୟ ବିରାଟ କୋହଲିଙ୍କ ସମେତ ତାଙ୍କ ହିତକାଂକ୍ଷୀ ଆର୍ଥୀକ ସହାୟତା ଯୋଗାଇଥିଲେ । ଏବେ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରି ସେ ୯୮ ଲକ୍ଷ ଟଙ୍କା ଆୟ କରି ସାରିଛନ୍ତି । ହରିୟାଣାର ଝଝର ଗ୍ରାମର ଏକ ଶିକ୍ଷକଙ୍କ ଘରେ ସେ ଜନ୍ମ ହୋଇଥିଲେ । ଟେନିସ ଏକ ବ୍ୟୟବହୂଳ ଖେଳ । ଚ୍ୟାଲେଞ୍ଜର ଟୁର ଖେଳିବା ସହ ଅୟଲ କର୍ମଚାରୀ ଭାବେ ସେ ତାଙ୍କ ଜୀବିକା ନିର୍ବାହ କରିପାରୁଥିଲେ । ବଡ ବଡ ଟୁର୍ଣ୍ଣାମେଂଟରେ ଅଂଶଗ୍ରହଣ କରିବା ତାଙ୍କ ପକ୍ଷେ ସମ୍ଭବପର ହେଉ ନ ଥିଲା । ୨୦୨୦ରେ ସେ ୟୁଏସ ଓପନ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଥିଲେ । ଶୀର୍ଷ ୫୦୦ରୁ ବାଦ ପଡିବା ପରେ ତାଙ୍କ ଅବସ୍ଥା ଆହୁରି ଶୋଚନୀୟ ହୋଇ ପଡିଥିଲା । ୨୦୨୩ରେ ୪ଟି ଚ୍ୟାଲେଞ୍ଜର ଫାଇନାଲରେ ପ୍ରବେଶ କରିବା ସହ ୨ଟିରେ ଚାମ୍ପିୟନ ହୋଇଥିଲେ । ଏହା ପରେ ବିଶ୍ୱ ର‌୍ୟାଙ୍କିଙ୍ଗରେ ୧୨୨ତମ ସ୍ଥାନରେ ପଂହଚି ଯାଇଥିଲେ । 

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.