ସଇଁତଲା ଓ ଖାସବାହାଲ ଗାଁରେ ୯ କୁଣ୍ଡୀୟ ଗାୟତ୍ରୀ ଯଜ୍ଞର ଶୁଭ ସ୍ତମ୍ଭ ସ୍ଥାପନ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଳା ଓ ଖାସବାହାଲ ଗାୟତ୍ରୀ ପରିବାର ଦ୍ୱାରା ସୋମବାର ଦିନ ହେବାକୁ ଥିବା ନଅ କୁଣ୍ଡୀୟ ଗାୟତ୍ରୀ ଯଜ୍ଞର ଶୁଭ ସ୍ତମ୍ଭ ମହାଆଡମ୍ବରରେ ସ୍ଥାପନ ହୋଇଯାଇଅଛି। ସ୍ଥାନୀୟ ହାଟପଦା ଠାରେ ଗାୟତ୍ରି ପରିବାର ସଦସ୍ୟ ଅଖିଳ ସାହୁ ଓ ତାଙ୍କ ଧର୍ମ ପତ୍ନୀ ସାବିତ୍ରୀ ସାହୁ କର୍ତ୍ତା ହେଇଥିବା ବେଳେ ପୂଜକ ଶ୍ରୀ ସୁଶାନ୍ତ ମାଝୀ ଙ୍କ ତତ୍ତ୍ଵାବଧାନରେ ପୂଜା କାର୍ଯ୍ୟ ସମାପନ ହୋଇଥିଲା।ଉକ୍ତ ପୂଜା ଆସନ୍ତା ଫେବୃଆରୀ ୪ ତାରିଖ ଦିନ ଆରମ୍ଭ ହୋଇ ୭ ତାରିଖ ଦିନ ପୂର୍ଣ୍ଣାହୂତି ହେବ l

ଏହି ଉତ୍ସବରେ ହରି ପ୍ରସାଦ ଅଗ୍ରୱାଲ, ପ୍ରଦୀପ ଜାଲ, ପ୍ରମୋଦ ଵୈଠାରୁ, ଭୀମସେନ ସ୍ୱାଇଁ, କୃଷ୍ଣ ଚନ୍ଦ୍ର ପୃଷେଠ, ସୁରେଶ ରଣା,ସରୋଜ ଵୈଠାରୁ, ଓମ୍ ପ୍ରକାଶ ଅଗ୍ରୱାଲା, ପ୍ରମୋଦ ଅଗ୍ରୱାଲ, ବନ ବିହାରୀ ସାହୁ, ବିନୟ ଭୋଇ, ନାରାୟଣ ଜାଲ, ମନୋଜ ସାହୁ, ବଳଭଦ୍ର ପାଣିଗ୍ରାହୀ, ହରି ସାହୁ, ରାମଜୀ ଚଣ୍ଡେଶ୍ୱରୀ ସଙ୍କୀର୍ତ୍ତନ ମଣ୍ଡଳୀ ପ୍ରମୁଖ ଉପସ୍ଥିତ ଥିବାବେଳେ ଭଦ୍ରା ପଞ୍ଚାୟତ ଖାସବାହାଲ ଗ୍ରାମ ଯାନୀ ପଡିଆ ଠାରେ ପୂଜକ ସୁଶାନ୍ତ ମାଝୀ ଙ୍କ ତତ୍ତ୍ୱବଧାନରେ ମୁଖ୍ୟ କର୍ତ୍ତା ବିକାଶ କୁମାର ରଣା ଓ ତାଙ୍କ ଧର୍ମ ପତ୍ନୀ ଗୀତିକା ରଣା ପୂଜା କର୍ତ୍ତା ଦାୟିତ୍ୱ ତୁଲାଇଥିବାର କାର୍ଯ୍ୟକ୍ରମ ରହିଛି l ଉକ୍ତ ପୂଜା ଆସନ୍ତା ୨୬ ତାରିଖ ଆରମ୍ଭ ହୋଇ ୨୮ରେ ପୂର୍ଣ୍ଣାହୂତି ହେବ ବୋଲି ଆୟୋଜିତ କମିଟି ସୂତ୍ରରୁ ଜଣାପଡିଛି l ଏହି ପୂଜାରେ ସରୋଜ ରଣା, ନିତ୍ୟା ରଣା, ଲକ୍ଷଣ ରଣା, ସୁଶାନ୍ତ ସାହୁ, ମନୋଜ ସାହୁ, ଇଶ୍ୱର ସାହୁ, ବିଜୁ ସାହୁ, କୁନୁ ରଣା ପ୍ରମୁଖ କର୍ତ୍ତା ଦାୟିତ୍ୱ ତୁଲାଇବେ l ଏଥିରେ ପ୍ରଫୁଲ୍ଲ ସାହୁ, ତୁଳସୀ ସାହୁ, ମହମ୍ମଦ ରଣା, ପୃଥ୍ୱୀରାଜ ରଣା, ଦୁର୍ବାଦଳ ରଣା ଙ୍କ ସମେତ ଗାୟତ୍ରୀ ପରିବାର ଓ ସମସ୍ତ ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.