ଅନ୍ୟା ଦାସ ହେଲେ ସୁବର୍ଣ୍ଣପୁର ଜିଲ୍ଲାପାଳ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ): ସୋମବାର ରାଜ୍ୟ ସରକାର ଆଇଏଏସ ସ୍ତରରେ ଏକ ବଡ ଧରଣର ଅଦଳବଦଳ କରିଛନ୍ତି। ସୁବର୍ଣ୍ଣପୁରରେ ଗତ ଜୁନ ମାସ ୪ ତାରିଖ ରେ ଯୋଗଦାନ କରିଥିବା ଜିଲ୍ଲାପାଳ ବିମଳେନ୍ଦୁ ରାୟଙ୍କୁ ଇପିଏମ୍ ନିର୍ଦେଶକ ଭାବେ ବଦଳି ହୋଇଛି। ସେହିପରି ନୂଆ ଜିଲ୍ଲାପାଳ ଭାବେ ୨୦୧୯ ଵ୍ୟାଚ୍ ର ଆଇଏଏସ ଅଫିସର ଅନ୍ୟା ଦାସଙ୍କୁ ନିଯୁକ୍ତି ଦିଆଯାଇଥିବା ଜଣା ପଡିଥିବା ବେଳେ ସେ ଏହା ପୂର୍ବରୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.