ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଯୁକ୍ତ ଦୁଇ ମହାବିଦ୍ୟାଳୟରେ ଛାତ୍ରୀ ମାନଙ୍କ ପାଇଁ ଗତ ୧୯/୧ ରୁ ଚାଲି ଆସୁଥିବା ଆତ୍ମ ସୁରକ୍ଷା ତାଲିମ୍ ଶିବିର ଆଜି ଗୁରୁବାର ଉଦଯାପିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ଭବାନୀ ଶଙ୍କର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ଅତିଥି ଭାବରେ ଓଡ଼ିଆ ଅଧ୍ୟାପିକା ନମିତା ମେହେର, ଶିକ୍ଷା ବିଭାଗ ଅଧ୍ୟାପିକା ଲିପି ନାଗ, ସାମାଜିକ ବିଜ୍ଞାନ ବିଭାଗ ଅଧ୍ୟାପିକା ଅଙ୍କିତା ଓଝା ପ୍ରମୁଖ ଅତିଥି ଭାବରେ ଯୋଗଦାନ କରିଥିଲେ ।ଅଧ୍ୟକ୍ଷ ଶ୍ରୀ ଦାସ ଅତିଥିଙ୍କ ପରିଚୟ ପ୍ରଦାନ ସାଙ୍ଗକୁ ସ୍ୱାଗତ ଭାଷଣ ମଧ୍ୟ ପ୍ରଦାନ କରିଥିଲେ । ଅଧ୍ୟାପକ ସୁରେଶ ନାଏକ ମଞ୍ଚ ପରିଚାଳନା କରିଥିଲେ। କଲେଜର ଶାରିରୀକ ଶିକ୍ଷକ ସୁମନ୍ତ ପୁଝାରୀ କାର୍ଯ୍ୟକ୍ରମଟିକୁ ପରିଚଳନା କରିଥିବା ବେଳେ କଲେଜର ବରିଷ୍ଠ କର୍ମକର୍ତ୍ତା ଲାଲପଣ୍ଡା ବୃନ୍ଦାବନ ଗୌଡ, ଗୋପୀନାଥ ଥପା, ଶମ୍ଭୁ ଜଡା, ଦୀପାଳୀ ପାଢୀ, ପ୍ରସନ୍ନ ଗଉଡ଼, ପ୍ରତାପ ବାଗ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଆତ୍ମସୁରକ୍ଷା କୌଶଳ ପ୍ରଶିକ୍ଷଣ ଦେବା ପାଇଁ ରିସୋର୍ସ ପର୍ସନ ଭାବରେ ଭୂବନେଶ୍ୱରରୁ ତାଲିମ୍ ନେଇ ଆସିଥିବା ଦୁଇଜଣ ଛାତ୍ରୀ ଗୀତାଞ୍ଜଳି ବୈଠାରୁ ଓ ଶୈଳ ମାଝୀ ତାଲିମ ପ୍ରଦାନ କରିଥିଲେ। ନର୍ଲା ଯୁକ୍ତଦୁଇ କଲେଜର ପ୍ରଥମ ବର୍ଷର ମୋଟ୍ ୧୨୪ ଜଣ ଛାତ୍ରୀ ଶିବିରରେ ପ୍ରଶିକ୍ଷଣ ନେଉଥିଲେ। ସଫଳତାର ସହିତ ଶିବିର ପରିସମାପ୍ତ ହୋଇଥିବାରୁ ଅଧ୍ୟକ୍ଷ ଶ୍ରୀ ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।