ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଚମକିଲେ ଫକୀରମୋହନ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ଛାତ୍ରଛାତ୍ରୀଙ୍କ ସାମୂହିକ ବ୍ଯକ୍ତିତ୍ବର ଉନ୍ନତୀକରଣ ଦିଗରେ ଫକୀରମୋହନ ବିଶ୍ୱବିଦ୍ୟାଳୟ ସର୍ବଦା ଯତ୍ନଶୀଳ। ଛାତ୍ରଛାତ୍ରୀଙ୍କ ବିଭିନ୍ନ ତାଲିମ, ପ୍ରଶିକ୍ଷଣ ସହ ସେମାନଙ୍କ ଅନ୍ତର୍ନିହିତ ଦକ୍ଷତାର ପରିପ୍ରକାଶ ପାଇଁ ବିଶ୍ବବିଦ୍ୟାଳୟ ସବୁବେଳେ ଚେଷ୍ଟିତ। ରମାଦେବୀ ମହିଳା ମହାବିଦ୍ୟାଳୟ, ଭୁବନେଶ୍ୱର ରେ ଅନୁଷ୍ଠିତ ‘ଓଡିଶା ରାଜ୍ୟସ୍ତରୀୟ ଆନ୍ତଃ ବିଶ୍ୱବିଦ୍ୟାଳୟ ସାହିତ୍ୟ ଓ ସାଂସ୍କୃତିକ ମିଟ୍ ୨୦୨୩-୨୪’ ର ଦ୍ୱିତୀୟ ପର୍ଯ୍ୟାୟର ପ୍ରତିଯୋଗିତା ଗୁଡିକରେ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରି ଅଭୂତପୂର୍ବ ସଫଳତା ସାଉଁଟିଛନ୍ତି । ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ବିଶେଷ ମାର୍ଗଦର୍ଶନ ଓ ଉତ୍ସାହଜନକ ପ୍ରଚେଷ୍ଟା ଛାତ୍ରଛାତ୍ରୀଙ୍କୁ ଏହି କାର୍ଯ୍ୟକ୍ରମରେ ସଫଳତା ହାସଲ କରିବାରେ ସହାୟକ ହୋଇଛି। ବିଭିନ୍ନ ବିଭାଗର ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନେ ଯଥା : ସୂର୍ଯ୍ୟ ପ୍ରସାଦ ଦାସ ଏବଂ ସସ୍ମିତା ମଲ୍ଲିକ, କଲେଜ ଅଫ ଟିଚର ଏଜୁକେସନ, ବାଲେଶ୍ବର ଏବଂ ଡକ୍ଟର ଯଦୁନାଥ ମହାବିଦ୍ୟାଳୟ, ରସାଳପୁର, କୁଇଜ୍ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ ଯାହାର ବିଷୟବସ୍ତୁ ଓଡିଆ ସଂସ୍କୃତି ଏବଂ ଜଗନ୍ନାଥ ସଂସ୍କୃତି ଥିଲା। ବିକାଶ କୁମାର ପଣ୍ଡା ଏବଂ ଦଳ, କଲେଜ ଅଫ ଟିଚର ଏଜୁକେସନ, ବାଲେଶ୍ବର, ସ୍କିଟ୍ ରେ ଦ୍ୱିତୀୟ ସ୍ଥାନ ହାସଲ କରିଥିଲେ ଯାହାର ବିଷୟବସ୍ତୁ ଓଡିଆ ସଂସ୍କୃତି ଏବଂ ଜଗନ୍ନାଥ ସଂସ୍କୃତି ଥିଲା। ଅଭିଷେକ ରାଉତ, ରସାୟନ ବିଜ୍ଞାନ ବିଭାଗର ଛାତ୍ର ଏକକ- ଭାରତୀୟ ଶାସ୍ତ୍ରୀୟ ପ୍ରଦର୍ଶନ ନୃତ୍ୟରେ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଓଡିଆ ପ୍ରବନ୍ଧ ଲିଖନର ବିଷୟବସ୍ତୁ ଓଡିଆ ସଂସ୍କୃତି ଏବଂ ଜଗନ୍ନାଥ ସଂସ୍କୃତି ଥିବାବେଳେ ଭାଷା ଓ ସାହିତ୍ୟ ବିଭାଗର ଛାତ୍ରୀ ଶୁଭଶ୍ରୀ ଦାସ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଓଡିଆ ବିତର୍କରେ କଲେଜ ଅଫ ଟିଚର୍ ଏଜୁକେସନର ଛାତ୍ର ରିତିକ୍ କୁମାର ପଣ୍ଡା ପ୍ରଥମ ସ୍ଥାନ ହାସଲ କରିଥିଲେ ଯାହାର ବିଷୟବସ୍ତୁ ଓଡିଆ ସଂସ୍କୃତି ଏବଂ ଜଗନ୍ନାଥ ସଂସ୍କୃତି ରହିଥିଲା। ଏହି ଆନ୍ତଃ ମହାବିଦ୍ୟାଳୟ ପ୍ରତିଯୋଗିତାରେ କୁଇଜ୍ ରେ ମୋଟ ଦଳ ୨୦ ଜଣ ଓ ସ୍କିଟ୍ ରେ ୧୩ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥଲେ।ଭୂତତ୍ତ୍ୱ ବିଭାଗର ସହକାରୀ ପ୍ରଫେସର ଡ଼କ୍ଟର ସ୍ମୃତିରେଖା ସାହୁ ନୋଡାଲ ଅଫିସର ଭାବେ ଦାୟିତ୍ବ ନିର୍ବାହ କରିଥିବାବେଳେ ସହାୟକ କର୍ମଚାରୀ ଭାବେ ଭୂବିଜ୍ଞାନ ବିଭାଗର ଲାବୋରେଟୋରୀ ଆସିଷ୍ଟାଣ୍ଟ ତଥା ଷ୍ଟୋରକିପର୍ ଶ୍ରୀ ରୌମ୍ୟରଂଜନ ସ୍ବାଇଁ ଛାତ୍ରଛାତ୍ରୀଙ୍କୁ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ଓଡିଶାର ୧୮ଟି ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ । କୃତକାର୍ଯ୍ୟ ହୋଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଅଭିନନ୍ଦନ ଜଣାଇ ଏହିଭଳି ସଫଳତାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.