ସୋନପୁର ତହସିଲରେ ରାଜସ୍ବ ମେଳା 

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ତହସିଲର ସୋନପୁର ଆରଆଇ ଅଫିସରେ ରାଜସ୍ବ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ରାଜସ୍ବ ମେଳାରେ ୮ଜଣ ଭୂମିହୀନ ଲୋକଙ୍କୁ ଜମିପଟ୍ଟା ପ୍ରଦାନ କରାଯାଇଥିବା ଜଣାପଡ଼ିଛି। ସେହିପରି ସରକାରଙ୍କ ତରଫରୁ ମାଗଣାରେ ଜମି ଯୋଗାଇ ଦିଆଯାଉଥିବା ବେଳେ ସୋନପୁର ବିଜୁ ପଟ୍ଟନାୟକ ମହିଳା ମହାବିଦ୍ୟାଳୟ, ବିଜୁ ପଟ୍ଟନାୟକ +୨ ବିଦ୍ୟାଳୟର ଓ ମଡେଲ ଡିଗ୍ରୀ କଲେଜ, ସିଂଙ୍ଗାରୀକୁ ଜମି ପଟ୍ଟା ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ସୋନପୁର ତହସିଲଦାର ସୌମ୍ୟା ରୂପା ରଥ, ଅତିରିକ୍ତ ତହସିଲଦାର ଯୋଗେଶ ଧାରୁଆ, ତହସିଲ କାର୍ଯ୍ୟାଳୟର କିରାଣୀ ରାକେଶ ପଧାନ, ରେଭେନ୍ୟୁ ସୁପରଭାଇଜର ଜୟରାଜ ସିଂ ବରିହା, ସୋନପୁର ଆରଆଇ ସୁଧୀର ରଞ୍ଜନ ପାଣ୍ଡିଆ ପ୍ରମୁଖ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.