ମାଟିଲଗ୍ନା ସାହିତ୍ୟ ସଂସଦର ରାଜ୍ଯ ସ୍ତରୀୟ ସାରସ୍ଵତ ସମାରୋହ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ରବିବାର ଦିନ  ପଞ୍ଚାୟତ ସମିତି ଉଚ୍ଚ ବିଦ୍ୟାଳୟ ନର୍ଲା ଠାରେ ମାଟିଲଗ୍ନା ସାହିତ୍ଯ ସଂସଦ ଓଡିଶାର ରାଜ୍ୟ ସ୍ତରୀୟ ସାରସ୍ବତ ସମାରୋହ ଅନୁଷ୍ଠିତ ହୋଇ ଯାଇଛି। ସଭାପତି କିଶୋର ଚନ୍ଦ୍ର ପ୍ରଧାନଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ଯ ଅତିଥି ସନ୍ତୋଷ କୁମାର ଶତପଥୀ, ମୁଖ୍ଯ ବକ୍ତା ଅଧ୍ଯାପକ ଦାଶରଥି ଆଚାର୍ଯ୍ଯ, ସମ୍ମାନିତ ଅତିଥି ସର୍ଗୀ ବାଗ ଏବଂ ହାଇସ୍କୁଲର ପ୍ରଧାନ ଶିକ୍ଷିକା ଅର୍ଚ୍ଚନା ଦାଶ ଉପସ୍ଥିତ ହୋଇ ଓଡ଼ିଆ ଭାଷା ସାହିତ୍ଯ, ସଂସ୍କୃତି ସମ୍ବନ୍ଧରେ ସାରଗର୍ଭକ ମାର୍ଗ ଦର୍ଶନ ଦେଇଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଅନ୍ଯମାନଙ୍କ ମଧ୍ଯରେ ମୁଖ୍ଯ ଉପଦେଷ୍ଟା ନୂରାବତୀ ସାହୁ, ଉପଦେଷ୍ଟା ନରସିଂହ ପ୍ରସାଦ ନାୟକ, ଉପଦେଷ୍ଟା କିଶୋର ଚନ୍ଦ୍ର ତ୍ରିପାଠୀ, ରାଜ୍ଯ ସଂଯୋଜକ ରାଜେନ୍ଦ୍ର ଦୁରିଆ, ଅଧ୍ଯାପିକା ବାସନ୍ତୀ ସାହୁ, ମୋହନ ଭଟ୍ଟ ମଞ୍ଚାସୀନ ଥିଲେ। ସାହିତ୍ୟ ଆଲୋଚନା, କବିତା ପାଠ ସହ ଅନେକ ପ୍ରତିଭାବାନ ବ୍ଯକ୍ତିତ୍ବଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା।

Udyog Nursery
Udyogi Nursery

ସେମାନଙ୍କ ମଧ୍ୟରେ ସନ୍ତୋଷ କୁମାର କର, ଗଣପତି ନାୟକ, ଲିଙ୍ଗରାଜ ମିଶ୍ର, ଶିକ୍ଷାବିତ ତପନ କୁମାର ଭୋଇ, ମନୋଜ କୁମାର ଷଡ଼ଙ୍ଗୀ, କାମିନୀ କିନ୍ନର, ମଧୁସୂଦନ ରାଉତ, ରଘୁନାଥ ସେଠୀ, ଗୌରଚନ୍ଦ୍ର ମହାରଣା, ସୁଶାନ୍ତ କୁମାର ମିଶ୍ର, କୁମୁଦ ଚନ୍ଦ୍ର ନାୟକ, ପୁରୁଷୋତ୍ତମ ପ୍ରଧାନ, ଗୀତାଞ୍ଜଳି ମହାନ୍ତି, ଭାଗୀରଥୀ ସିଂହ, ଯଜ୍ଞସେନ ପ୍ରଧାନ, କୈଳାସ ଚନ୍ଦ୍ର ସ୍ବାଇଁ, କ୍ଷିତିଶ ଚନ୍ଦ୍ର ମାଝୀ, ମଧୁସ୍ମିତା ମିଶ୍ର ତଥା ଅନେକ ସାରସ୍ବତ ସାଧକ, ସାଧିକାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସାହିତ୍ୟ ପ୍ରେମୀ ରାମଚନ୍ଦ୍ର ମିଶ୍ର, ସୌଦାମିନୀ ମିଶ୍ରଙ୍କ ସମେତ ଅନେକ ସାହିତ୍ୟ ପ୍ରେମୀଙ୍କ ଏଇଠି ସମାଗମ ହୋଇଥଲା। ମଞ୍ଚରେ ବ୍ୟଙ୍ଗ କବି ସୁଶାନ୍ତ ମିଶ୍ରଙ୍କ ଆଧୁନିକ ବ୍ୟଙ୍ଗ କବିତା ବେଶ ହାସ୍ୟରୋଳ ସୃଷ୍ଟି କରିଥିଲା। କାର୍ଯ୍ୟକ୍ରମ ଶେଷରେ ଆୟୋଜକ ମୋହନ ଭଟ୍ଟ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.