ଗୁଣପୁର ଏବଂ ବିଷମଗିରି ଏସଏସଡି ବିଦ୍ୟାଳୟର ବାର୍ଷିକୋତ୍ସବ

ଓଡିଆ ବାର୍ତ୍ତା/ ଥୁଆମୂଳ ରାମପୁର (ପ୍ରଦୀପ କୁମାର ପଣ୍ଡା): କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ବ୍ଲକ ଅନ୍ତର୍ଗତ ଗୁଣୁପୁର ଗ୍ରାମ ପଞ୍ଚାୟତ ଅଧିନରେ ଥିବା ଏସ୍.ଏସ.ଡି ହାଇସ୍କୁଲର ୨୦୨୪ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଗୁଣପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତ୍ରୈଲୋକ୍ୟ ନାଥ ବିଷୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେସ୍ଥାନୀୟ ଅଞ୍ଚଳର ବିଶିଷ୍ଟ ସମାଜସେବୀ ଧୋବା ସାହୁ, ମୁଖ୍ୟ ବକ୍ତା ଭାବେ ମଥୁରା ହାଇସ୍କୁଲ ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ଦୀପ, ସମ୍ମାନିତ ଅତିଥି ଜିଲ୍ଲାପରିଷଦ ସଭ୍ୟା ଶ୍ରୀମତୀ ଟୁନୀ ଖୋସଲା(ଦୁରିଆ), ଅବସର ପ୍ରାପ୍ତ ଶିକ୍ଷକ ସଦାନନ୍ଦ ଛତ୍ରପାଲ, ସ୍ଥାନୀୟ ସରପଞ୍ଚ ସୁଜାତା ମାଝୀ, ସମାଜସେବୀ ତଥା ସାମ୍ବାଦିକ ରବି ନାରାୟଣସିଂ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଗଣେଶ ପୂଜାରୀ, ସମାଜସେବୀ ରଜନୀ ସମର୍ଲିଆ, କେଶରୀ ବାଗ ପ୍ରମୁଖ ମଞ୍ଚାସୀନ ଥିଲେ।

ଉକ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ବିଭିନ୍ନ ସଙ୍ଗୀତ ନୃତ୍ୟ କରି ସେମାନଙ୍କ ପ୍ରତିଭା ପ୍ରଦର୍ଶନ କରିଥିବାର ଦେଖିବାକୁ ମିଳିଥିଲା।ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ପ୍ରମୋଦ ଛତ୍ରିଆ ମଞ୍ଚ ପରିଚାଳନା କରିଥିବା ବେଳେ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସମସ୍ତ ଶିକ୍ଷକ/ଶିକ୍ଷୟତ୍ରୀ ଏବଂ କର୍ମଚାରୀ ମାନେ ସହଯୋଗ କରିଥିଲେ।

ସେହିପରି ବ୍ଲକର ବିଷମଗିରି ବିଦ୍ୟାଳୟରେ ମଧ୍ୟ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିଦ୍ୟାଳୟର ବାର୍ଷିକୋତ୍ସବ ପାଳିତ ହୋଇଯାଇଛି।ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଦୀପ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ତଳଝାପି ଗ୍ରାମ ପଞ୍ଚାୟତର ସରପଞ୍ଚ ସୋଭାସିଂ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଧାୟକ ପ୍ରତିନିଧି ମାଣିକ୍ୟ ଚନ୍ଦ୍ର ନାଏକ, ବ୍ଲକ ସମାଜ ମଙ୍ଗଳ ଅଧିକାରୀ ଶୁଭଜିତ ସ୍ବାଇଁ, ସମିତି ସଭ୍ୟ ପ୍ରତିନିଧି ସୁନୀଲ ମାଝୀ, ସାମ୍ବାଦିକ କୈଳାସ ଛତ୍ରିଆ, ବିଦ୍ୟାଳୟର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ରାଜକୁମାର ଶୈଳ, ଜୟପାଟଣା ଧନସୁଲି ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଶ୍ବନାଥ ବେହେରା, ଚନ୍ଦନ ଆଚାର୍ଯ୍ୟ, କାଠକୁରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏବଂ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଉପସ୍ଥିତ ଥିବାବେଳେ ମୁଖ୍ୟ ବକ୍ତା ଭାବେ ଗୋପାଳପୁର ଏସ୍.ଏସ୍.ଡି ଉଚ୍ଚ ବାଳକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭରତ ନାଏକ ଯୋଗଦେଇଥିଲେ। ଏଥି ପୁର୍ବରୁ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଆୟୋଜିତ ହୋଇଥିବା ଖେଳକୁଦ ସମେତ ବିଭିନ୍ନ ପ୍ରତିଯୋଗୀତାରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ବାରା ମଞ୍ଚରେ ପୁରଷ୍କୃତ କରାଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.