ଥୁଆମୂଳ ରାମପୁରରେ ‘ମୁଁ ବି ହେବି ନବୀନ ଓଡିଶାର ସାରଥୀ’ କାର୍ଯ୍ୟକ୍ରମ 

ଆଗାମୀ ନିର୍ବାଚନ ପାଇଁ ଗୁରୁ ମନ୍ତ୍ର ଦେଲେ ଜିଲ୍ଲା ନେତୃମଣ୍ଡଳୀ

ଓଡ଼ିଆ ବାର୍ତ୍ତା/ ଥୁଆମୂଳ ରାମପୁର (ପ୍ରଦୀପ କୁମାର ପଣ୍ଡା): ୨୦୨୪ ନିର୍ବାଚନରେ ପୁଣି ଥରେ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ଅଳଙ୍କୃତ ହେବେ। ରାଜନୈତିକ ଇତିହାସରେ ଲେଖା ହେବ ସ୍ବର୍ଣ୍ଣୀମ ଅଧ୍ୟାୟ। ଓଡିଶାର ବରପୁତ୍ର ତଥା ଗର୍ବ ଓ ଗୌରବ ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ବାବୁଙ୍କ ସମୃଦ୍ଧ ଓଡିଶା ଗଠନ ବାସ୍ତବ ରୂପ ନେଇସାରିଛି। ଏହାକୁ ଶୀର୍ଷରେ ଅବସ୍ଥାପିତ କରି ଦେଶ ତଥା ସମଗ୍ର ବିଶ୍ବରେ ଓଡିଶା ଏକ ଉଦାହରଣ ହୋଇପାରିବ ଏଭଳି ପରିକଳ୍ପନାର ବ୍ଲୁ ପ୍ରୀଣ୍ଟ ପ୍ରସ୍ତୁତ ହୋଇସାରିଛି। କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀ ଅଧିନ ଥୁଆମୂଳ ରାମପୁର ଠାରେ ଆୟୋଜିତ ‘ମୁ ବି ହେବି ନବୀନ ଓଡ଼ିଶାର ସାରଥୀ’ କାର୍ଯ୍ୟକ୍ରମରେ ଦଳର ଯୁବ କର୍ମକର୍ତ୍ତା ମାନଙ୍କୁ ଅଭିଭାଷଣ ଦ୍ବାରା ଏଭଳି କିଛି ସଚେତନ ସୃଷ୍ଟି କରିଥିଲେ ଜିଲ୍ଲା ଯୁବ ନେତୃମଣ୍ଡଳୀ। ଥୁଆମୂଳ ରାମପୁର ବ୍ଲକ ସଭାପତି କପିଳାସ ନାଏକଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଗ୍ରାମପଞ୍ଚାୟତରୁ ଯୁବ ବିଜୁ ଜନତା ଦଳର ଶତାଧିକ ଯୁବକ ଯୋଗଦେଇଥିଲେ। ବିଜେଡିର ଜିଲ୍ଲା ଯୁବ ସଭାପତି ଆଦିତ୍ୟ ନନ୍ଦ, ରାଜ୍ୟ ଯୁବ କାର୍ଯ୍ୟକାରୀ ସଭାପତି ଅବିନାଶ ଠାକୁର, ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରୀ, ପଞ୍ଚାୟତ ସମିତି ଅଧ୍ୟକ୍ଷ ଦୟାନିଧି ମାଝୀ, ବିଧାୟକ ପ୍ରତିନିଧି ମାଣିକ୍ୟ ଚନ୍ଦ୍ର ନାଏକ, ଗୋବିନ୍ଦ ପ୍ରଧାନୀ ଏବଂ ଜୟପାଟଣା ବିଜେଡିର ବରିଷ୍ଠ ନେତା ସତ୍ୟ ନାରାୟଣ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ରହି ଦଳୀୟ ସଂଗଠନକୁ ମଜବୁତ କରିବା ପାଇଁ ସମସ୍ତ ଯୁବ ନେତା ମାନଙ୍କୁ ଉର୍ଜ୍ବା ସଂଚାରଣ କରିଥିଲେ। ଆଗାମୀ ନିର୍ବାଚନରେ ଯୁବ ଗୋଷ୍ଠୀଙ୍କୁ ସଜାଗ ହେବା ଏବଂ ଦଳୀୟ ପ୍ରାର୍ଥୀକୁ କିଭଳି ବିଜୟ କରାଯିବ ସେନେଇ ବିଧାୟକ ଏବଂ ଜିଲ୍ଲା ନେତୃମଣ୍ଡଳୀ ପରାମର୍ଶ ଦେବା ସହିତ ନିର୍ବାଚନ ପାଇଁ ଦଳ ଖୁବ୍ ଶିଘ୍ର ରଣନୀତି ପ୍ରସ୍ତୁତ କରିବ ବୋଲି ସୂଚନା ଦେଇଥିଲେ। ଦଳର ସୁପ୍ରିମୋ ମାନ୍ୟବର ନବୀନ ପଟ୍ଟନାୟକ ଏବଂ ଦଳର ମୁଖ୍ୟ ସଚେତକ ତଥା ଫାଇବ୍-ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନଙ୍କ ନିର୍ଦ୍ଦେଶ ମୁତାବକ ଦଳ ଯାହାକୁ ବି ପ୍ରାର୍ଥୀ କରିବେ ତାଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବା ପାଇଁ ଆହ୍ବାନ ଦେଇଥିଲେ। କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ବ୍ଲକ ଛାତ୍ର ନେତା ସୁଜାନ ନାଏକ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.