ଏକେଲାଟା ମୋର ସଉତୁଣୀ ହେଲେ
ଏକାନ୍ତ ମୋ ସମୁଦୁଣୀ ।
ତୁମବିନା ଭାରି ଏକେଲା ଲାଗଇ
ଏକାନ୍ତ ରେ ଭାବେ ପୁଣି ।।
ଏକେଲା ବସିଲେ ଅତୀତଟା ମୋର
ଅନେକ ଯନ୍ତ୍ରଣା ଦିଏ ।
ତଥାପି ଏକାନ୍ତେ ସେଇ ଅତୀତକୁ ଝୁରିବାକୁ ଭଲପାଏ ।
ରାତିଟା କଟେନା ତୁମ ବିନା ପ୍ରିୟ
ଏକେଲା ଏକେଲା ଲାଗେ ।
ଚୁପ୍ ଚାପ୍ ବସି ଏକାନ୍ତେ ଅନ୍ଧାରେ
ଭାବିବାକୁ ଭଲ ଲାଗେ ।।
ଏକେଲାପଣରୁ ଏକାନ୍ତହିଁ ଭଲ
ଏଇତ ଜୀବନ ଯାତ୍ରା
ବାହାରୁ ଦେଖିଲେ ଏକେଲା ଲାଗଇ
ଭିତରେ ଏକାନ୍ତ ରାସ୍ତା ।।