ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପାଇଁ ବ୍ଲକସ୍ତରୀୟ ମକ୍ ଡ୍ରିଲ୍

କୋକସରା,୧୯/୬: କୋକସରା ବ୍ଲକ୍ ଅଧକ୍ଷା ସଭ୍ୟାରାଣୀ ବାଗଙ୍କ ଅଧ୍ୟକ୍ଷତାରେ କୋକସରା ପଂଚାୟତ ସମିତି ସମିଳନୀ କକ୍ଷରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପାଇଁ ଏକ ବୈଠକ ଓ ମକ୍ ଡ୍ରିଲ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏସିଓ ଦୀପକ କୁମାର ବେହେରା ଚଳିତ ବର୍ଷ ବ୍ଲକରେ ବିପର୍ଯ୍ୟୟ ପରିଚାଳନା ପାଇଁ ପ୍ରସ୍ତୁତ ହୋଇଥିବା ଯୋଜନା ବିଷୟରେ ଆଲୋଚନା କରିଥିଲେ। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଯେପରି ଧନ ଜୀବନ ନଷ୍ଟ ନହୁଏ, ସେଥିପ୍ରତି ସମସ୍ତ ବିଭାଗର ଅଧିକାରୀମାନେ ଉପସ୍ଥାପନା କରିଥିଲେ।


ସର୍ବପ୍ରଥମେ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡା. ତତ୍ତ୍ୱଦର୍ଶୀ ଦାସ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଲୋକେ କିପରି ସାପ କାମୁଡା, ବଜ୍ରପାତ, ଡେଙ୍ଗୁ, ଡାଇରିଆ ଆଦିର ପ୍ରାଥମିକ ଉପଚାର କରିବେ, ସେ ବିଷୟରେ ଅବଗତ କରେଇ ଥିଲେ। ଅତିରିକ୍ତ ତହସିଲଦାର ଶରତ ଚନ୍ଦ୍ର ଶବର ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଲୋକଙ୍କୁ ଆଶ୍ରୟସ୍ଥଳୀ ଓ ଭଙ୍ଗା ଘରଗୁଡିକୁ ଚି଼ହ୍ନଟ କରି ସମସ୍ତଙ୍କୁ ନିରାପଦ ଆଶ୍ରୟ ଯୋଗେଇ ଦେବା ବିଷୟରେ କହିଥିଲେ। ପରେ ପରେ ଅଗ୍ନିଶମ ବିଭାଗ ପକ୍ଷରୁ ଷ୍ଟେସନ ଅଫିସର କୈଳାଶଚନ୍ଦ୍ର ବିପର୍ଯ୍ୟୟ ସମୟରେ କିପରି ରାସ୍ତାଘାଟରେ ପଡ଼ିଥିବା ଗଛଗୁଡିକୁ କାଟିବେ, ପାଣିରେ ବୁଡି ଯାଉଥିବା ଲୋକଙ୍କୁ କିପରି ଉଦ୍ଧାର କରାଯିବ, ବିଜୁଳି ବ୍ୟବସ୍ଥା ନଥିବା ଅଂଚଳରେ ଆସ୍କାଲାଇଟ, ବୋଟ, ଜ୍ୟାକେଟ ଓ ସିଡ଼ି ମାଧ୍ୟମରେ କିପରି ବିପର୍ଯ୍ୟୟଗ୍ରସ୍ତ ଲୋକଙ୍କୁ ଉଦ୍ଧାର କରାଯାଏ, ତାହା ବ୍ୟବହାରିକ ଭାବେ ସମସ୍ତଙ୍କୁ ଦେଖେଇଥିଲେ ଓ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଧନ୍ୟବାଦ ଦେଇ କହିଥିଲେ ଯେ, ଆପଣଙ୍କ ମାଧ୍ୟମରେ ଆମେ ଶୀଘ୍ର ଖବର ପାଇ, ଉଦ୍ଧାର କାର୍ଯ୍ୟରେ ସଫଳତା ପାଇପାରୁଛୁ।


ଏହି ବୈଠକରେ ବିପିଏମଏମ ରାଜ ଶେଖର, ସିଡ଼ିପିଓ ଜୟନ୍ତୀ ମହାନ୍ତି ,ଏଫଏସଓ କୈଳାଶ ଚନ୍ଦ୍ର ବାଗ, ଏଲଏଫଏମ ଅନନ୍ତ ପଟେଲ, ଉମେଶ ଚନ୍ଦ୍ର ବାଗ, ଡାଲଗୁମା ସରପଞ୍ଚ ଯଦୁମଣି ହଂସ, ଗୋତୋମୁଣ୍ଡା ସରପଞ୍ଚ ଜବାହର ଗୋପାଳ, କୋକସରା ସମିତିସଭ୍ୟ ତ୍ରିଭୁବନ ନାଏକ, ଟେମରା ସମିତି ସଭ୍ୟ ରାଜିନ୍ଦ୍ର ନାଏକ, ଶକୁନ୍ତଳା ଚଲାନ କୋକସରା ଜିଲ୍ଲା ପରିଷଦ ସଭ୍ୟା ଜାହ୍ନବୀ ବାଗ, ଜୟସିଂ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ l

କୋକସରାରୁ ହିରଣ୍ୟ ବେହେରାଙ୍କ ରିପୋର୍ଟ odiabarta.in

Like our facebook page

mock drill

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.