ଓଡ଼ିଶା ପ୍ରଶାସନିକ ଅଧିକାରୀ ଭାବେ ଉତ୍ତୀର୍ଣ୍ଣ ସୁଚିସ୍ମିତାଙ୍କୁ ସମ୍ବର୍ଦ୍ଧନା ପ୍ରଦାନ 

ଓଡିଆ ବାର୍ତ୍ତା/ କଟକ: କଥାରେ ଅଛି କଠିନ ପରିଶ୍ରମର ବିକଳ୍ପ ନାହିଁ। କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ତାଳସଂଗା ପଞ୍ଚାୟତର ସାସନିପଡା ଗ୍ରାମର ସୁଚିସ୍ମିତା ନାୟକ ଓଡ଼ିଶା ପ୍ରଶାସନିକ ଅଧିକାରୀ ଭାବେ ୩୨ ନମ୍ୱର ସ୍ତରରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ତାଳସଙ୍ଗା ପଞ୍ଚାୟତର ସରପଞ୍ଚ ପ୍ରତିନିଧି ସଞ୍ଜୟ କୁମାର ବେହେରା, ତାଳସଙ୍ଗା ପଞ୍ଚାୟତର  ଯୁବ ନେତା ଚିତ ରଂଜନ ମହାନ୍ତି, ଦୁର୍ଲଭ ଲେଙ୍କା ଏବଂ କେନ୍ଦ୍ରାପଡ଼ା ଜିଲ୍ଲା ଲାୟନ୍ସ କ୍ଲବର ସଭାପତି ତଥା ମହାକାଳପଡ଼ା ୟୁଥ୍ ଗ୍ରୁପର ସଭାପତି ଦୀପକ୍ କୁମାର ଚୌଧୁରୀ, ଶାସନୀପଡ଼ା ସ୍ଥିତ ସୁଚିସ୍ମିତା ନାୟକଙ୍କ ବାସ ଭବନରେ ପହଞ୍ଚି ତାଙ୍କୁ ସମ୍ବର୍ଦ୍ଧନା ଦେବା ସହିତ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ କାମନା କରିଥିଲେ। ତାଙ୍କ ପିତା ଜଣେ ଦିନ ମଜୁରିଆ ଭାବରେ କାର୍ଯ୍ୟ କରନ୍ତି। ସୁଚିସ୍ମିତାଙ୍କ କହିବା କଥା ମୋର ଏ ସଫଳତା ହାସଲ କରିବା ପଛରେ ପ୍ରଥମେ ମୋ ବାପା ମୋ ପ୍ରେରଣା । ସମାଜକୁ ବାର୍ତ୍ତା ଦେଇ ସୁଚିସ୍ମିତା କହିଛନ୍ତି ଅକ୍ଲାନ୍ତ ପରିଶ୍ରମ, ନିଷ୍ଠା ଏବଂ ବାପା ମାଙ୍କ ଆଶୀର୍ବାଦ ସହିତ ଭଗବାନଙ୍କ ଉପରେ ଭରସା ରଖି ନିଷ୍ଠାର ସହିତ ଯେଉଁ କାର୍ଯ୍ୟ ଜଣେ କରିବାକୁ ଚାହିଁବ ସେ ନିଶ୍ଚୟ ସଫଳ ଶିଖରରେ ପହଞ୍ଚି ପାରିବ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.