ଡଃ ଆରତୀ ପଟ୍ଟଯୋଶୀଙ୍କ କବିତା : ଏକେଲା ଓ ଏକାନ୍ତ

ଏକେଲାଟା ମୋର ସଉତୁଣୀ ହେଲେ
ଏକାନ୍ତ ମୋ ସମୁଦୁଣୀ ।
ତୁମବିନା ଭାରି ଏକେଲା ଲାଗଇ
ଏକାନ୍ତ ରେ ଭାବେ ପୁଣି ।।

ଏକେଲା ବସିଲେ ଅତୀତଟା ମୋର
ଅନେକ ଯନ୍ତ୍ରଣା ଦିଏ ।
ତଥାପି ଏକାନ୍ତେ ସେଇ ଅତୀତକୁ ଝୁରିବାକୁ ଭଲପାଏ ।

ରାତିଟା କଟେନା ତୁମ ବିନା ପ୍ରିୟ
ଏକେଲା ଏକେଲା ଲାଗେ ।
ଚୁପ୍ ଚାପ୍ ବସି ଏକାନ୍ତେ ଅନ୍ଧାରେ
ଭାବିବାକୁ ଭଲ ଲାଗେ ।।

ଏକେଲାପଣରୁ ଏକାନ୍ତହିଁ ଭଲ
ଏଇତ ଜୀବନ ଯାତ୍ରା
ବାହାରୁ ଦେଖିଲେ ଏକେଲା ଲାଗଇ
ଭିତରେ ଏକାନ୍ତ ରାସ୍ତା ।।

 

ଡଃ ଆରତୀ ପଟ୍ଟଯୋଶୀ


For latest news & updates, click on bell button and subscribe to notifications.
Like us on Facebook👇

http://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.