ସାହିତ୍ୟ ଜୀବନ ଆଭାସୀ ଗଳ୍ପ ଆସର

ଓଡ଼ିଆ ବାର୍ତ୍ତା/ ସମ୍ବଲପୁର: ସାହିତ୍ୟ ଜୀବନ ସାହିତ୍ୟ ସଂସଦ ପକ୍ଷରୁ ଆଭାସୀ ଗଳ୍ପ ଆସର ଅନୁଷ୍ଠିତ ହୋଇଯାଇଛି । ଗଳ୍ପ ଆସରଟି ଅନୁଷ୍ଠାନର ପ୍ରାଣ ପ୍ରତିଷ୍ଠାତା ପବିତ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା  । ଉକ୍ତ ଆସରକୁ ସଂଯୋଜିକା ଭାବେ ସ୍ରୋତସ୍ୱିନୀ ପରିଡ଼ା ମଞ୍ଚ ପରିଚାଳନା କରିଥିଲେ । ଉପ ସଭାପତି ଶୋଭାଗୀନି ନନ୍ଦ ଗଳ୍ପର ସଂଜ୍ଞା ଓ ତାର ବିଭିନ୍ନ ଦିଗ ଉପରେ ସମ୍ୟକ, ଭାବରେ ସୁନ୍ଦର ଅଭିଭାଷଣ ପ୍ରଦାନ କରିଥିଲେ । ଏଥିରେ ସମ୍ମାନିତ ଅତିଥି ଗାଳ୍ପିକ ଭାବେ ବିଶିଷ୍ଟ ଗାଳ୍ପିକ ସୁବ୍ରତ କୁମାର ସେନାପତି ଓ ବିଶିଷ୍ଟ ଗାଳ୍ପିକ ଡିଲେଶ୍ୱର ରଣା ଓ ବିଶିଷ୍ଟ ଗାଳ୍ପିକ କ୍ଷୀରୋଦ ବିହାରୀ ବିଶ୍ୱାଳ ସହ ଗାଳ୍ପିକ ଆକାଶ ସାହୁ ମଧ୍ୟ ଯୋଗ ଦେଇ ଗଳ୍ପ ପାଠ କରିଥିଲେ । ଏଥିରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଆଗ ଧାଡ଼ିର ଗାଳ୍ପିକ, ଗାଳ୍ପିକା ମଧ୍ୟରେ ସ୍ନେହଲତା ଦାସ ଲେଙ୍କା, ଜୟଦେବ ରଥ, ବିବେକାନନ୍ଦ ପଟ୍ଟନାୟକ, ନିର୍ମଳ ନାୟକ, ବିକାଶ କୁମାର ଜେନା, ଗଗନ ବିହାରୀ ନାୟକ, ନଳିନୀ ରାଉତ, ମନସ୍ମିତା ଦାସ, ମନ୍ଦାକିନୀ ପାଢ଼ୀ, ସାଗରିକା ପାଣିଗ୍ରାହୀ, ସବିତା ହୋତା, ତରଙ୍ଗ ଚଣ୍ଡୀ, ରୁକେୟା ଜବିନ୍, ପଙ୍କଜିନି ବେହେରା ପ୍ରମୁଖ ଗଳ୍ପ ପାଠ କରିଥିଲେ । ଓଡ଼ିଶାର କୋଣ ଅନୁକୋଣରୁ ଶହେରୁ ଉର୍ଦ୍ଧ୍ବ ଗଳ୍ପ ପ୍ରେମୀମାନେ ଏଥିରେ ସାମିଲ ହୋଇ ନିଜ ପ୍ରତିଭାର ପ୍ରଦର୍ଶନ କରିଥିଲେ । ଶେଷରେ ଶୋଭାଗିନୀ ନନ୍ଦ ଗଳ୍ପ ଗୁଡ଼ିକ ସମୀକ୍ଷା କରି ସମସ୍ତ ଗାଳ୍ପିକ ଗାଳ୍ପିକାଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ଧନ୍ୟବାଦ ଅର୍ପଣ କରି ସଭା ଭଙ୍ଗ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.