ଚୂଲାଭଟ ଉଚ୍ଚ ବିଦ୍ୟାଳୟରେ ବ୍ଲକ୍ ସ୍ତରୀୟ ପ୍ରଧାନ ଶିକ୍ଷକ ସମ୍ମିଳନୀ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ଜିଲ୍ଲା ସଦର ବ୍ଲକ ଚୁଳଭଟ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟରେ ନୂଆପଡ଼ା ବ୍ଲକ୍ ସ୍ତରୀୟ ପ୍ରଧାନ ଶିକ୍ଷକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ପ୍ରବୋଧ କୁମାର ହୋତାଙ୍କ ଅଧ୍ୟକ୍ଷତା ଆୟୋଜିତ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନୂଆପଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ହେମସାଗର ମହାନନ୍ଦ ଯୋଗଦେଇଥିଲେ। ଏହି ଅବସରରେ ବିଦ୍ୟାଳୟର ପ୍ରାଚୀର ପତ୍ରିକା ବନଜ୍ୟୋତ୍ସ୍ନାର ଦ୍ଵିତୀୟ ସଂଖ୍ୟା ମୁଖ୍ୟ ଅତିଥିଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା। ଶିକ୍ଷକ ଶ୍ରୀ ମହାନନ୍ଦ, ପ୍ରଧାନ ଶିକ୍ଷକ ବିନୋଦ ପାଢୀ ଓ ପ୍ରଧାନ ଶିକ୍ଷକ ଅଶ୍ବିନୀ ଭୋଇଙ୍କ ଦ୍ଵାରା ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା। କିଛିଦିନ ପୂର୍ବରୁ ଓଡିଶାର ତୃତୀୟ ଶ୍ରେଷ୍ଠ ବିଇଓ ଭାବରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଲାଭ କରିଥିବା ନୂଆପଡା ବିଇଓ ହେମସାଗର ମହାନନ୍ଦଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ନୂତନ ଭାବରେ ଓଡ଼ିଶା ରାଜସ୍ଵ ସେବା ପାଇଥିବା ଶିକ୍ଷକ ସନ୍ଦୀପ ଚନ୍ଦ୍ରକାର ଓ ହରି ସିଂ ମାଝିଙ୍କୁ କ୍ରୀଡ଼ା ଶିକ୍ଷକ ମହତାବ ଆଡ଼ଯୁଆଡ ଓ ହିନ୍ଦୀ ଶିକ୍ଷକ ବିଜୟ କେଉଟଙ୍କୁ ରାଜ୍ୟ ସ୍ତରୀୟ ମୁଖ୍ୟମନ୍ତ୍ରୀ ପୁରସ୍କାର ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ସମ୍ମିଳନୀରେ ପ୍ରଧାନ ଶିକ୍ଷକ ସଞ୍ଜୟ ପଣ୍ଡା, ବ୍ରଜ କିଶୋର ମିଶ୍ର, ଦୀନବନ୍ଧୁ ଦାସଙ୍କ ସମେତ ୩୮ ଜଣ ପ୍ରଧାନ ଶିକ୍ଷକ ଓ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଯୋଗଦାନ କରିଥିଲେ। କାର୍ଯ୍ୟକ୍ରମରେ ଚୂଲାଭାଟ ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସକ୍ରିୟ ଅଂଶ ଗ୍ରହଣ କରିଥିଲେ। ପରିଶେଷରେ ଶିକ୍ଷୟିତ୍ରୀ ସ୍ଵର୍ଣ୍ଣଲତା ମୁଦୁଲି ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.