ଉପଖଣ୍ଡ ସ୍ତରୀୟ ୱାର୍ଡ଼ ମେମ୍ବର ସଂଘର ବୈଠକ,ପଞ୍ଚାୟତ କାର୍ଯ୍ୟରେ ଅସହଯୋଗ ପାଇଁ ଚେତାବନୀ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ମୋଟେର ଧାନ ମଣ୍ଡିଠାରେ ଶୁକ୍ରବାର ଉପଖଣ୍ଡ ସ୍ତରୀୟ ୱାର୍ଡ଼ ମେମ୍ବର ମାନଙ୍କ ଜରୁରୀ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ଜୁନାଗଡ଼, ଧର୍ମଗଡ, ଜୟପାଟଣା, କଲମପୁର ଓ କୋକସରା ବ୍ଳକର ଶତାଧିକ ୱାର୍ଡ଼ ମେମ୍ବର ମାନେ ଯୋଗଦେଇ ଥିଲେ। ଏହି ଅବସରରେ ଅନୁଷ୍ଠିତ ବୈଠକରେ ୱାର୍ଡ଼ ମେମ୍ବର ମାନେ ପଦବୀରେ ଥାଇ ମୃତ୍ୟୁ ବରଣ ଓ ଦୁର୍ଘଟଣା ଜନିତ ଅକ୍ଷମତା ହେଲେ ୨ଲକ୍ଷ ଟଙ୍କା ସହାୟତା, ଆଂଶିକ ଦୁର୍ଘଟଣା କ୍ଷେତ୍ରରେ ୧ଲକ୍ଷ ଟଙ୍କା ସହାୟତା, ଗ୍ରାମ ପଞ୍ଚାୟତର ବିକାଶ ମୂଳକ କାର୍ଯ୍ୟ ୱାର୍ଡ଼ ମେମ୍ବର ମାନଙ୍କ ଜରିଆରେ କରାଯାଉ, ମାସିକ ପାରିତୋଷିକ ଭତ୍ତା ୪୮୦ ବଦଳରେ ମାସିକ ୬ ହଜାର ଟଙ୍କା ବୃଦ୍ଧି କରାଯାଉ ଆଦି ଦାବି ଗୁଡିକ ଉଠିଥିଲା। ଏବଂ ଆସନ୍ତା କାଲି ମୁଖ୍ୟମନ୍ତ୍ରୀ ଓ ‘୫-ଟି’ ଅଧ୍ୟକ୍ଷଙ୍କ ଉଦ୍ଦେଶ୍ୟରେ ଜିଲ୍ଳା ଓ ବ୍ଲକ ସ୍ତରରେ ଦାବୀପତ୍ର ପ୍ରଦାନ ନିମନ୍ତେ ସେମାନେ ନିଷ୍ପତି ନେଇଛନ୍ତି। ଏବଂ ଆଗାମୀ ଦିନରେ ଦାବି ପୂରଣ ନହେଲେ ଗ୍ରାମାଞ୍ଚଳରୁ ଭୁବନେଶ୍ୱର ଲୋୟର ପିଏମଯି ପର୍ଯ୍ୟନ୍ତ ଧାରଣାରେ ବସିବା ସହ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟକୁ ବନ୍ଦ କରିବା ଏବଂ ପଞ୍ଚାୟତ ରାଜ ବିଭାଗରେ ଥିବା ସମସ୍ତ କାର୍ଯ୍ୟରେ ଅସହଯୋଗ କରିବା ପାଇଁ ଚେତାବନୀ ଦେଇଛନ୍ତି। ଏହି କ୍ରମରେ ବୈଠକରେ ବ୍ଲକ ଓ ଉପଖଣ୍ଡ ସ୍ତରୀୟ କର୍ମକର୍ତ୍ତା ଚୟନ କରାଯାଇଥିଲା। ଏଥିରେ ଉପଖଣ୍ଡ ସ୍ତରୀୟ ସଭାପତି ଭାବେ ଦିଗାମ୍ବର ବେମାଲ, ସମ୍ପାଦକ ପୁରୁଷୋତ୍ତମ ସିଂ ରାଜପୁତ, ମହିଳା ସଂଯୋଜିକା ଦକ୍ଷସୁତା ନାଏକ, ମହିଳା ସହ ସଂଯୋଜିକା ହାରାବତୀ ପୂଝାରୀ ପ୍ରମୁଖଙ୍କୁ ସର୍ବସମ୍ମତିକ୍ରମେ ମନୋନୀତ କରାଯାଇଥିଲା। ୱାର୍ଡ଼ ସଭ୍ୟ ସୁଶାନ୍ତ କୁମାର ବେହେରା, ବିଶେଶ୍ୱର ବନ୍ଦୀଛୋଡ, ଟୁନା ବାଗ, ଅନୁର୍ଯ୍ୟ ଶବର, ନିରୁପମା ଦାସ, ସୁବାସ ଦାସ, ବିଶ୍ୱମ୍ବର ମାଝୀ, ରାଜେଶ କୁମାର ଦୁର୍ଗା, ରାଜେଶ ଶବର, ଗୁଣନିଧି ବାଗ ସମେତ ବିଭିନ୍ନ ପଞ୍ଚାୟତରୁ ଶତାଧିକ ୱାର୍ଡ ସଭ୍ୟ ସଭ୍ୟା ଉପସ୍ଥିତ ରହିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.