କର୍ଲାମୁଣ୍ଡା,୩୦/୧୧:
ଗୈରିକ ରଙ୍ଗରେ ରଙ୍ଗେଇ ହୋଇଛି ରିଞ୍ଜା । ଚାରି ଆଡେ ବିଜେପି ପତାକା । କର୍ମୀ ଓ ନେତା ମାନଙ୍କ କାନ୍ଧରେ ଓ ମୁଣ୍ଡରେ ବିଜେପି ବାନା । ଜୟ ଶ୍ରୀରାମ ଧ୍ବନୀରେ ପ୍ରକମ୍ପିତ ହେଉଛି ଗଗନ ପବନ । ପଦ ଯାତ୍ରୀ ମାନଙ୍କୁ ସାଦରେ ସ୍ବାଗତ କରୁଛନ୍ତି ଗ୍ରାମର ମହିଳାମାନେ । ଏଥିରୁ ଜଣା ପଡୁଛି ପରିବର୍ତନର ପଦଧ୍ବନୀ । ଏପରି ଏକ ଦୃଷ୍ୟ ଦେଖିବାକୁ ମିଲିଛି କର୍ଲାମୁଣ୍ଡା ବ୍ଲକ ରିଞ୍ଜା ପଞ୍ଚାୟତର ବିଭିନ୍ନ ଗ୍ରାମରେ । ରିଞ୍ଜା ପଞ୍ଚାୟତ ସ୍ତରରୁ ବିଜେପିର ପରାମର୍ଶ ପଦ ଯାତ୍ରା ଦିର୍ଘ ଚାରି ଦିନଠୁ ଆରମ୍ଭ କରିଛି। ରାଜ୍ୟ ସରକାରଙ୍କ ଶାସନରେ ହେଉଥିବା ଯୋଜନା ଗୁଡିକରେ କିଭଳି ହିତାଧିକାରୀଙ୍କୁ ଶୋଷଣ କରାଯାଉଛି ।
ପ୍ରଧାନମନ୍ତୀ ଆବାସ ଯୋଜନା ରୁ ଆରମ୍ଭ କରି ମୁଖ୍ୟମନ୍ତୀଙ୍କ ଆମ ଗାଁ ଆମ ବିକାଶ ରେ ହେଉଥିବା ଉନ୍ନୟନମୂଲକ କାମରେ ପିସି କାରବାର ହେଉଛି। ଖାଦ୍ୟ ସୁରକ୍ଷା ଯୋଜନା ରେ ଅନିୟମିତତା ,ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରୁ ଆରମ୍ଭ କରି ବିଭିନ୍ନ ଯୋଜନା ଓ ଉନ୍ନୟନ ମୂଲକ କାମରେ ପିସି କାରବାର ବେଳେ ଗ୍ରାମାଞ୍ଚଳରେ କେନ୍ଦ୍ର ସରକାରଙ୍କ ଯୋଜନା କୁ ହାଇଜାକ୍ କରି ବିଜେଡି ନିଜ ଯୋଜନା କରି ବାହାସ୍ଫଟ ମାରୁଥିବା ଅଭିଯୋଗ ନେଇ ଏହି ପରାମର୍ଶ ଯାତ୍ରା ଆରମ୍ଭ ହୋଇଛି । ଯୋରାଡବରା ମଣ୍ଡଳ ସଭାପତି ବଲଦେବ ସାହୁଙ୍କ ସଭାପତିତ୍ବରେ ସଂପାଦକ ନବୀନ କିଶୋରସାହୁ, ଜିଲ୍ଲା ପରିଷଦ ସଭ୍ୟା ପୁଷ୍ପକାନ୍ତୀ କୁମାର, ପ୍ରଭାତୀ ଭୋଇ,ରାଜ୍ୟ ସଭାପତି ବସନ୍ତ ପଣ୍ଡା, ରାଜ୍ୟ ଉପ-ସଭାନେତ୍ରୀ ତଥା ଜିଲ୍ଲା ପରିଷଦ ଅଧକ୍ଷ୍ୟା ନମିତା ରାଣି ସାହୁ , ଜିଲ୍ଲା ସଭାପତି ପ୍ରଦୀପ୍ତ କୁମାର ନାଏକ, ରାଜ୍ୟ କାର୍ଯ୍ୟ କାରିଣି ସଦସ୍ୟ ଆର୍ତତ୍ରାଣ ମହାପାତ୍ର, ସରୋଜ ସେଠ, ଶ୍ରିକାନ୍ତ ହୋତା,ବିଘ୍ନ ସାହୁ, ଦଶରଥ ସାହୁ,ଡୋଲା ସାହୁ, ବୈକୁଣ୍ଠ କାଲୋ, ଗଣେଶ କୁମାର,ଟିକେଧର ରଣା, କୁଞ୍ଜ ସାହୁ , ଅବନୀ ସାହୁ, ଦୟା ସାହୁ ପ୍ରମୁଖ ବିଜେପି ନେତା ଉପସ୍ଥିତ ଥିଲେ।
ରାଜ୍ୟ ସଭାପତିଙ୍କ ଉପସ୍ଥିତିରେ ରିଞ୍ଜାରୁ ୫୦ ଜଣ ଓ ରେଙ୍ଗାଲି ରୁ ୩୭ ଜଣ ନୁତନ ବିଜେପି କର୍ମି ଯୋଗ ଦେଇଥିବା ଯୋରାଡବରା ମଣ୍ଡଳ ସଭାପତି ବଲଦେବ ସାହୁ ସୂଚନା ଦେଇଛନ୍ତି ।
କର୍ଲାମୁଣ୍ଡାରୁ ନବୀନ କିଶୋର ସାହୁଙ୍କ ରିପୋର୍ଟ ଓଡିଆ ବାର୍ତ୍ତା ।