ନର୍ଲା ବାର୍ ଆସୋସିଏସନର କର୍ମକର୍ତ୍ତା ନିର୍ବାଚନ

ଚନ୍ଦ୍ର ଶେଖର ଚାନ୍ଦ ସଭାପତି, ଡୋଳେଶ୍ୱର ସାହୁ ସମ୍ପାଦକ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଓଡିଶା ଆଇନଜୀବୀ ପରିଷଦର ନିର୍ଦ୍ଦେଶ କ୍ରମେ ମାର୍ଚ୍ଚ ୩୦ ସାରା ରାଜ୍ୟରେ ଓକିଲ ସଂଘର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି।
ଏହି କ୍ରମରେ କଳାହାଣ୍ଡି ଜିଲ୍ଲା ନର୍ଲା ଓକିଲ ସଂଘ (ବାର ଆସୋସିଏସନ) ର ନିର୍ବାଚନ ମଧ୍ୟ ଅନୁଷ୍ଠିତ ହୋଇଛି। ଶନିବାର ସମସ୍ତ ଓକିଲ ମାନଙ୍କ ଉପସ୍ଥିତିରେ ବରିଷ୍ଠ ଆଇନଜୀବୀ ଯୁବରାଜ ହରିଜନ ନିର୍ବାଚନ ଅଧିକାରୀ ଭାବରେ ନିର୍ବାଚନ ପରିଚାଳନା କରିଥିଲେ। ଏଠାରେ ପ୍ରକାଶ ଯୋଗ୍ୟ ଯେ ନର୍ଲା ଓକିଲ ସଂଘର ଏହି ନିର୍ବାଚନରେ ସମସ୍ତ ପଦବୀ ନିମନ୍ତେ କେବଳ ଜଣେ ଲେଖାଏଁ ପ୍ରାର୍ଥୀ ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ। ସଭାପତି ଭାବରେ ବରିଷ୍ଠ ଓକିଲ ଚନ୍ଦ୍ରଶେଖର ଚାନ୍ଦ୍‌, ଉପସଭାପତି ନିମନ୍ତେ କୁବେର ଚନ୍ଦ୍ର ସାହୁ, ସମ୍ପାଦକ ପଦବୀ ପାଇଁ ଡୋଳେଶ୍ୱର ସାହୁ, ସହ ସମ୍ପାଦକ ପଦବୀ ନିମନ୍ତେ ସଞ୍ଜୟ କୁମାର ଧଙ୍ଗଡାମାଝୀ, କୋଷାଧ୍ୟକ୍ଷ ଭାବରେ ବିଭୂତି ଭୁଷଣ ବହିଦାର ଓ ଲାଇବ୍ରେରିୟାନ ଭାବରେ ପ୍ରଦୀପ୍ତ କୁମାର ମିଶ୍ର  ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ପ୍ରାର୍ଥୀପତ୍ର ଯାଞ୍ଚ ପରେ ଏହି ୬ ଜଣ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର କାୟମ ରହିଥିଲା। ପଦବୀ ଗୁଡିକ ନିମନ୍ତେ ଅନ୍ୟ କୌଣସୀ ପ୍ରାର୍ଥୀ ନଥିବାରୁ ସମସ୍ତ ୬ ଜଣ ପ୍ରାର୍ଥୀ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଥିବା ଆନୁଷ୍ଠାନିକ ଭାବରେ ନାମ ଘୋଷଣା କରିଥିଲେ ନିର୍ବାଚନ ଅଧିକାରୀ ଶ୍ରୀ ହରିଜନ। ଏହା ପରେ ନିର୍ବାଚିତ କର୍ମକର୍ତ୍ତା ମାନଙ୍କୁ ଶପଥପାଠ କରାଇଥିଲେ ନିର୍ବାଚନ ଅଧିକାରୀ। ଏହି ଶପଥପାଠ ଉତ୍ସବରେ ବରିଷ୍ଠ ଆଇନଜୀବୀ ପ୍ରକାଶଚନ୍ଦ୍ର ସାହୁ, ବିଶ୍ୱ ରଞ୍ଜନ ଭୋଇ, ପୂର୍ଣ୍ଣଚନ୍ଦ୍ର ମାଝୀ, ମଳୟ କୁମାର ପଣ୍ଡା, ସଞ୍ଜୟ ସାମନ୍ତରାୟ, ସରୋଜ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.