କଂଗ୍ରେସର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା; କଳାହାଣ୍ଡି ନିର୍ବାଚନୀ କ୍ଷେତ୍ରରେ ହେବିଓ୍ବେଟ ନେତା 

ନର୍ଲାରୁ ଭକ୍ତ ଦାସ, ନୂଆପଡାରୁ ଶରତ ପଟ୍ଟନାୟକ, ଲାଞ୍ଜିଗଡ଼ରୁ ବଳଭଦ୍ର ମାଝୀ ଲଢ଼ିବେ ବିଧାନସଭା ନିର୍ବାଚନ 

ଲୋକସଭା ଆସନରେ ଦ୍ରୌପଦୀ ମାଝୀ, ଭବାନୀପାଟଣା ବିଧାନସଭାରୁ ସାଗର ଦାସ, ଧର୍ମଗଡ଼ରୁ ରଶ୍ମୀରେଖା ରାଉତ 

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଆଜି କଂଗ୍ରେସ  ପ୍ରଥମ ପର୍ଯ୍ୟାୟରେ ୪୯ ବିଧାନ ସଭା ଓ ୮ ଲୋକସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି। ବହୁ ଚର୍ଚ୍ଚିତ ଆସନ ନର୍ଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଚରଣ ଦାସ ଦାସ, ଭବାନୀପାଟଣାରେ ସାଗର ଦାସ, ଲାଞ୍ଜିଗଡ଼ ପାଇଁ ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ, ଧର୍ମଗଡ଼ ପାଇଁ ରଶ୍ମିରେଖା ରାଉତ, ନୂଆପଡ଼ାରେ ପିସିସି ସଭାପତି ଶରତ ପଟ୍ଟନାୟକ, ଜୁନାଗଡ଼ରେ ତୁଲେଶ୍ୱର ନାଏକ ଓ ସାଂସଦ ପ୍ରାର୍ଥୀନୀ ଭାବରେ  ଦ୍ରୌପଦୀ ମାଝୀଙ୍କୁ ପ୍ରାର୍ଥୀ କରିଛି ଦଳ। ଏଥର କଳାହାଣ୍ଡି ସାଂସଦୀୟ କ୍ଷେତ୍ରରେ ତିନି ହେବିଓ୍ବେଟ ନେତା ଭକ୍ତ ଦାସ, ଶରତ ପଟ୍ଟନାୟକ ଓ ବଳଭଦ୍ର ମାଝୀ ଥିବାରୁ ଲଢ଼େଇ ଜମିବ ବୋଲି ଚର୍ଚ୍ଚା ହେଉଛି। ତେବେ କଳାହାଣ୍ଡି ଲୋକସଭା ନିର୍ବାଚନ ମଣ୍ଡଳୀ ମଧ୍ୟରେ ୭ଗୋଟି ବିଧାନସଭା ଆସନ ଥିବାବେଳେ ଖଡିଆଳକୁ ଛାଡ଼ି ବାକି ୬ ଆସନ ଓ ସାଂସଦ ପ୍ରାର୍ଥୀ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.