ନର୍ଲା ନିର୍ବାଚନ ମଣ୍ଡଳୀ: ବିଜେଡ଼ି ପାଇଁ ସ୍ଥାନୀୟ ପ୍ରାର୍ଥୀ ମୁନା ମହାନ୍ତି ଫିଟ୍ !

ପୁଣିଥରେ ଉଠିଲା ସ୍ଥାନୀୟ ପ୍ରାର୍ଥୀତ୍ଵ ପ୍ରସଙ୍ଗ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଲୋକସଭା ନିର୍ବାଚନ ମଣ୍ଡଳୀର ଏକ ଗୁରୁତ୍ବପୂର୍ଣ୍ଣ ଆସନ ନର୍ଲାରେ ବିଜେଡ଼ି ସ୍ଥାନୀୟ ପ୍ରାର୍ଥୀ ଦେଉ ବୋଲି ଦାବି କରିଛନ୍ତି ସାଧାରଣ ଜନତା। ୨୦୧୯ ନିର୍ବାଚନରେ ଏହି ଦାବି ଉଠିଥିବା ବେଳେ ୨୦୨୪ ସାଧାରଣ ନିର୍ବାଚନରେ ସ୍ଥାନୀୟ ପ୍ରାର୍ଥୀତ୍ବ ପ୍ରସଙ୍ଗ ଜୋର୍ ଧରିଛି। ଇତି ମଧ୍ୟରେ କଳାହାଣ୍ଡି ଲୋକସଭା ସାଂସଦ ପ୍ରାର୍ଥୀ ଭାବେ ବିଜେପିରୁ ମାଳବିକା କେଶରୀ ଦେଓ, ବିଜେଡ଼ିରୁ ଲମ୍ବୋଦର ନିଆଲ ଓ କଂଗ୍ରେସରୁ ଦ୍ରୌପଦୀ ମାଝୀଙ୍କ ନାମ ଘୋଷଣା ହୋଇଛି। ନର୍ଲା ବିଧାନସଭା ନିର୍ବାଚନ ମଣ୍ଡଳୀରେ କଂଗ୍ରେସର ଭକ୍ତ ଚରଣ ଦାସ ଓ ବିଜେପିରୁ ଅନିରୁଦ୍ଧ ପଧାନ ପ୍ରାର୍ଥୀ ହୋଇଛନ୍ତି। ଏପଟେ ବିଜେଡି ଦୁଇଟି ପର୍ଯ୍ୟାୟରେ ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ ନର୍ଲା ବିଧାନସଭା ପାଇଁ ବର୍ତ୍ତମାନ ସୁଦ୍ଧା ପ୍ରାର୍ଥୀ ଘୋଷଣା ହୋଇନାହିଁ। ଏଥର ଏହି ଆସନରେ କଂଗ୍ରେସର ହେବିଓ୍ବେଟ ନେତା ଭକ୍ତ ଚରଣ ଦାସ ଥିବାରୁ ତାଙ୍କୁ ଲୋକାଲ ପ୍ରାର୍ଥୀ ଭାବେ ବିଜେଡ଼ିର ଦୁର୍ଗାପ୍ରସାଦ ମହାନ୍ତି (ମୁନା) ହିଁ ଟକ୍କର ଦେଇ ନର୍ଲାରେ ବିଜେଡ଼ିର ଦୁର୍ଗ ରକ୍ଷା କରିପାରିବେ ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଆଲୋଚନା ହେଉଛି। ତେଣୁ ନର୍ଲାବାସୀ ମୁନା ମହାନ୍ତି କିମ୍ବା ତାଙ୍କ ଧର୍ମପତ୍ନୀ ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତିଙ୍କୁ ବିଜୁ ଜନତା ଦଳ ପ୍ରାର୍ଥୀ ଘୋଷଣା କରୁ ବୋଲି ଦାବି କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.