ବିପୁଳ ପରିମାଣର ଗଞ୍ଜେଇ ସହ କଣ୍ଟେନର ଜବତ, ୨ ଗିରଫ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ବୁଧବାର  ସକାଳ ସମୟରେ ସୋନପୁର ପୋଲିସ ପେଟ୍ରୋଲିଂ କରୁଥିବା ବେଳେ କୌଣସି ସୁତ୍ରରୁ ଖବର ପାଇ ପଡୋଶୀ ବୌଦ୍ଧ ଜିଲ୍ଲା ରୁ ସୋନପୁର ବାଟ ଦେଇ ଉତ୍ତରପ୍ରଦେଶ କୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଖବର ପାଇ ତତ୍ପର ହୋଇ ଉଠିଥିଲା। ଏବଂ ସୋନପୁର ଥାନା ଭାରପ୍ରାପ୍ତ ଅଧିକାରୀ ଲୋକନାଥ ସାହୁଙ୍କ ନେତୃତ୍ୱ ରେ ଏକ ସ୍ପେଶାଲ୍ ସ୍କ୍ୱାର୍ଡ ଅର୍ଜୁନପୁର ଛକ ଦେଇ ବୁର୍ଡା ରାସ୍ତାରେ ଯାଉଥିବା ସିଜି୦୪- ଜେସି ୯୦୮୫ ନମ୍ବର ର ଏକ କଣ୍ଟେନରକୁ ପିଛା କରି ମଲ୍ଲିକମୁଣ୍ଡା ଚାରିଛକ ଠାରେ ଅଟକାଇବା ସହ ଯାଞ୍ଚ କରି ଅତି କୌଶଳରେ ଲୋଡ଼ିଂ ହୋଇ ଥିବା ୭ କ୍ଵିଣ୍ଟାଲ ୫୦ କେଜି ଗଞ୍ଜେଇ ଜବତ କରିଛି। ଯାହାର କି ମୂଲ୍ୟ ୭୫ ଲକ୍ଷ ରୁ ଅଧିକ ହେବ ବୋଲି ସୂଚନା ମିଳିଛି। ସୋନପୁର ପୋଲିସ୍ ଟିମର ଜିଲ୍ଳାରେ ଏହା ଏକ ରେକର୍ଡ ପରିମାଣର ଗଞ୍ଜେଇ ଜବତ ହୋଇଥିବା ଜିଲ୍ଲା ପୋଲିସ୍ ଅଫିସରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସପି ଶ୍ରୀ ୟଶ ପ୍ରତାପ ଶ୍ରିମାଲଙ୍କ ଠାରୁ ସୁଚନା ମିଳିଛି। ଅଭିଯୁକ୍ତ ରାୟପୁର ଅଞ୍ଚଳର ଶୈଳେଶ କୁମାର ମିଶ୍ର (୪୦ ) ଓ ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଗତ ବମେଲା ଗାଁ ର ଉମାଶଙ୍କର ପାଣ୍ଡେ ( ୫୪) କୁ ପୋଲିସ ଗିରଫ କରିବା ସହ ୨ ଗୋଟି ମୋବାଇଲ ମଧ୍ୟ ଜବତ ହୋଇଥିବା ଏସପି ସୁଚନା ଦେଇଛନ୍ତି। ସୋନପୁର ପିଏସ କେଶ ନମ୍ୱର୍ ୧୨୯ ତା ୩/୪/୨୪ (us 20 ) b ii c ୨୫/୨୯ ଧାରା ରେ ଗିରଫ କରିଛି। ଏ ନେଇ ସନ୍ଧ୍ୟାବେଳେ ଅନୁଷ୍ଠିତ ସାମ୍ୱାଦିକ ସମ୍ମିଳନୀରେ ସୁବର୍ଣ୍ଣପୁର ଏସପି ଶ୍ରୀ ୟଶ ପ୍ରତାପ ଶ୍ରୀମାଲ, ଏସଡିପିଓ ପ୍ରତାପ ଚନ୍ଦ୍ର ତ୍ରିପାଠୀ, ଆଇଆଇସି ଲୋକନାଥ ସାହୁଙ୍କ ସହ ଅନ୍ୟାନ୍ୟ ପୋଲିସ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.