ପୁରୁଷୋତ୍ତମପୁର ବାର ଏସୋସିଏସନର ଶପଥ ଗ୍ରହଣ ଉତ୍ସବ 

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ବାର ଏସୋସିଏସନ ହଲ ପରିସରରେ ନବ ନିର୍ବାଚିତ କାର୍ଯ୍ୟକର୍ତ୍ତାଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି | ଏହି ଉତ୍ସବରେ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଥିବା ସଭାପତି ଶ୍ରୀ ସ୍ୱରାଜ୍ୟ ପାଣିଗ୍ରାହୀ, ଉପସଭାପତି ଶ୍ରୀ ଦୁର୍ଗା ଚରଣ ଦାଶ, ସମ୍ପାଦକ ଶ୍ରୀ ପ୍ରଶାନ୍ତ କୁମାର ପାଢ଼ୀ, ସହସମ୍ପାଦକ ଶ୍ରୀ ନିରଞ୍ଜନ ବେହେରା ଶପଥ ନେବା ସହ ପୁର୍ବ ଏକଜୁକୁଟିଭ ବଡିର ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ | ଏହି ଅବସରରେ ରାଜ୍ୟ ବାର କାଉନସିଲ ମେମ୍ବର ପୀତବାସ ପଣ୍ଡାଙ୍କୁ ଉପଢୌକନ ଓ ପୁଷ୍ପ ଗୁଚ୍ଛ ଦେଇ ସଭାପତି ଓ ସମ୍ପାଦକ ସମ୍ବର୍ଦ୍ଧନା କରିଥିଲେ | ଏହାସହ ପୁରୁଷୋତ୍ତମପୁର କୋର୍ଟ ପରିସରରେ ଏଡିସନାଲ ଜର୍ଜ କୋର୍ଟର ମାସକୁ ୨ ଦିନିଆ କେମ୍ପ କୋର୍ଟ କରିବା ପାଇଁ ହାଇକୋର୍ଟକୁ ଦାବି ଜଣାଇବା ପାଇଁ ବିହିତ ପଦକ୍ଷେପ ନେବା ପାଇଁ ସର୍ବ ସମ୍ମତି କ୍ରମେ ସ୍ତିର କରାଗଲା | ସଭାପତି ସ୍ୱରାଜ୍ୟ ପାଣିଗ୍ରାହୀଙ୍କ ସୂଚନା ମୁତାବକ ଆଗାମୀ ଦିନରେ ନୂତନ ବଡି ଙ୍କ ସହ ଅନ୍ୟ ସହଯୋଗୀ ଓକିଲ ମାନଙ୍କୁ ନେଇ ବାର ଏସୋସିଏସନ ତରଫରୁ ଜନସାଧାରଣ ମାନଙ୍କୁ ନେଇ ସଚେତନତା କାର୍ଯ୍ୟକ୍ରମ ସହିତ ବାର ର ବହୁ ଉନ୍ନତି ମୂଳକ କାର୍ଯ୍ୟକ୍ରମ କରିବାକୁ ନିଷ୍ପତି ନେଇଛନ୍ତି | 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.