ଖଲ୍ଲିକୋଟ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ଟିକଟ ପାଇଲେ ସୂର୍ଯ୍ୟମଣୀ ବୈଦ୍ୟ 

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ଗଞ୍ଜାମ ଜିଲ୍ଲାର ଏକ ଗୁରୁତ୍ବପୂର୍ଣ୍ଣ ଆସନ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ସୂର୍ଯ୍ୟମଣୀ ବୈଦ୍ୟଙ୍କୁ ଟିକଟ ଦେଇଛି । ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀ ଖଲ୍ଲିକୋଟ ବ୍ଲକର ୨୯ ଗୋଟି ପଞ୍ଚାୟତ ଓ ଗୋଟିଏ ଏନଏସି ଏବଂ ପୁରୁଷୋତ୍ତମପୁର ବ୍ଲକର ୧୫ ଗୋଟି ପଞ୍ଚାୟତ ଓ ଗୋଟିଏ ଏନଏସିକୁ ନେଇ ଗଠିତ | ତେବେ ୨୦୧୯ ନିର୍ବାଚନରେ ଏଠାରେ ତ୍ରିମୁଖୀ ଲଢେଇ ହୋଇଥିଲା | ବିଜେପିର ଭାରତୀ ବେହେରା, କଂଗ୍ରେସର ଭୋକଲି ସେଠୀ ଓ ବିଜେଡିର ସୂର୍ଯ୍ୟମଣୀ ବୈଦ୍ୟ ଦଳୀୟ ଟିକଟ ପାଇ ନିର୍ବାଚନ ଲଢ଼ି ଥିଲେ | ସେମଧ୍ୟରୁ କଂଗ୍ରେସ ପାର୍ଥୀ ଭୋକଲି ସେଠୀ ଚାରିହଜାର ରୁ ପାଞ୍ଚ ହଜାର ମଧ୍ୟରେ ଭୋଟ ପାଇଥିଲା ବେଳେ, ବିଜେପିର ଭାରତୀ ବେହେରା ୪୯ ହଜାର ମଧ୍ୟରେ ଭୋଟ ପାଇଥିଲେ | ଏବଂ ବିଜେଡିର ପାର୍ଥୀ ହୋଇଥିବା ସୂର୍ଯ୍ୟମଣୀ ବୈଦ୍ୟ ୯୦ ହଜାର ଭୋଟ ପାଇ ଭାରତୀ ବେହେରାଙ୍କ ଠାରୁ ୪୧ ହଜାର ଭୋଟରେ ବିଜୟୀ ହୋଇଥିଲେ | ତେବେ ୨୦୨୪ ନିର୍ବାଚନରେ ଖଲ୍ଲିକୋଟର ୨ ଥରର ବିଜେଡିର ପୂର୍ବତନ ବିଧାୟକ ତଥା ବର୍ତମାନର ବିଜେପି ବିଧାୟକ ଥିବା ପୂର୍ଣ୍ଣ ଚନ୍ଦ୍ର ସେଠୀଙ୍କ ନାମ ଘୋଷଣା ପରେ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀରୁ ଅନେକ ଆଶାୟୀ ବିଧାୟକ ପାଇଁ ଆବେଦନ କରିଥିଲେ | ତେବେ କିଛି ଦିନ ତଳେ କିଛି ନିର୍ବାଚନ ମଣ୍ଡଳୀରତଥା ଗଞ୍ଜାମ ଜିଲ୍ଲାର ୧୪ ଗୋଟି ନିର୍ବାଚନ ମଣ୍ଡଳୀ ମଧ୍ୟରୁ ୧୦ ଗୋଟି ବିଧାୟକ ପ୍ରାର୍ଥୀଙ୍କ ନାମ ବିଜେଡ଼ି ସୁପ୍ରିମୋ ଘୋଷଣା କରିଥିଲେ | କେବଳ ୪ ଗୋଟି; ଖଲ୍ଲିକୋଟ, ବ୍ରହ୍ମପୁର, ସାନ ଖେମୁଣ୍ଡି ଓ଼ ଆସ୍କା ପାର୍ଥୀଙ୍କ ନାମ ଘୋଷଣା ହୋଇ ନଥିଲା । କିନ୍ତୁ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ବୁଧବାର  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନ୍ୟ ତିନିଗୋଟି ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ଘୋଷଣା କରିବା ସହ ଖଲ୍ଲିକୋଟରୁ ପୁଣି ଥରେ ସୂର୍ଯ୍ୟମଣୀ ବୈଦ୍ୟଙ୍କୁ ବିଜେଡିର ଟିକଟ ଦେଇଛନ୍ତି | ଏହି ଖବର ପାଇଲା ପରେ ତାଙ୍କ ସମର୍ଥନଙ୍କ ମଧ୍ୟରେ ଖୁସିର ଲହରି ଖେଳି ଯାଇଛି | ଖଲ୍ଲିକୋଟ ଓ ପୁରୁଷୋତ୍ତମପୁର ବ୍ଲକ ଓ ଏନଏସିରେ ବାଣ ଫୁଟାଇ ଶ୍ରୀମତୀ ବୈଦ୍ୟଙ୍କୁ ସ୍ୱାଗତ ଜଣାଇ ଛନ୍ତି ଦଳୀୟ କର୍ମୀ |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.