ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ଥାନା କନ୍ଦାବୁଟୁରା-ତୁନଗାଁ ରାସ୍ତାରେ ଭାରସାମ୍ୟ ହରାଇ ଏକ ବାଇକ୍ ଦୁର୍ଘଟଣା ଘଟିଛି। ଏଥିରେ ବାଇକ୍ ଚାଲକ ଜୟପାଟଣା ବ୍ଳକ ବାଣ୍ଡିଗାଁର ରୋଶନ ଲାଲ୍ ଶବର (୨୦) ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ରୋଶନ କୈାଣସି କାମ ପାଇଁ ନିଜ ଗାଁରୁ ବାଇକ୍ ଯୋଗେ ତୁନଗାଁ ଆସୁଥିଲେ। ତେବେ କନ୍ଦାବୁଟୁରା-ତୁନଗାଁ ରାସ୍ତାର ମଣ୍ଡି ନିକଟରେ ଭାରସାମ୍ୟ ହରାଇ ସେ ଦୁର୍ଘଟଣା ହୋଇ ରାସ୍ତାରେ ପଡ଼ି ରହିଥିଲେ। ସ୍ଥାନୀୟ ଲୋକେ ଆହତ ରୋଶନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ କୋକସରା ଡ଼ାକ୍ତରଖାନାକୁ ପଠାଇ ଥିଲେ। ତେବେ ରୋଶନଙ୍କ ମୁହଁ ଓ ଦେହରେ ଗଭୀର କ୍ଷତ ହୋଇଥିବା ଜଣାପଡିଛି। ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ଗୁରୁତର ହୋଇଥିବା ରୋଶନକୁ ଭବାନୀପାଟଣା ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିବା ଜଣାପଡିଛି।

 
                                        
 
 
        
 
 
         
 
         
 
        

