ଆଇୱା କପ କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟିତ

ନବରଙ୍ଗପୁର କ୍ୱାଟର ଫାଇନାଲ ପ୍ରବେଶ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ଜିଲ୍ଲା ସଦର ମହକୁମା ସ୍ଥିତ ପୋଲିସ ପଡିଆ ଠାରେ ଗୁରୁବାର ରାତ୍ରି କାଳୀନ ଆଇୱା କପ କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟିତ ହୋଇଯାଇଛି। ଆଇୱା କ୍ଳବ ନୂଆପଡା ତରଫରୁ ଆୟୋଜିତ ଏହି କ୍ରିକେଟ ଟୁର୍ନାମେଣ୍ଟରେ ଜିଲ୍ଲା କ୍ରିକେଟ ସଙ୍ଘ ସମ୍ପାଦକ ତଥା ପୂର୍ବତନ ଓସିଏ ସମ୍ପାଦକ ସରୋଜ ସାହୁ, ବିଜେପି ବିଧାୟକ ପ୍ରାର୍ଥୀ ଅଭିନନ୍ଦନ ପଣ୍ଡା, ନୂଆପଡା ଏନ.ଏ.ସି ଅଧ୍ୟକ୍ଷ ଆଦମ ଖାନ, ବିଜେଡି ଯୁବ ସଭାପତି ହରିଶ ଚନ୍ଦ୍ର ପଣ୍ଡା, ପୂର୍ବତନ ଜିଲ୍ଲା କ୍ରୀଡା ଅଧିକାରୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଆଇୱା କପକୁ ଉଦଘାଟନ କରିଥିଲେ। ୮ ଓଭରିଆ ଏହି ଟୁର୍ନାମେଣ୍ଟର ଉଦଘାଟନୀ ମ୍ୟାଚ ଲାଠୋର ଓ ବାଗବାହାର ଦଳ ମଧ୍ୟରେ ଖେଳା ଯାଇଥିଲା। ଯେଉଁଥିରେ ବାଗବାହାର ଦଳ ବିଜୟୀ ହୋଇଥିଲା। ଦ୍ଵିତୀୟ ମ୍ୟାଚରେ ନବରଙ୍ଗପୁର ଓ କଣ୍ଟାବାଞ୍ଜି ଦଳ ମଧ୍ୟରେ ଖେଳା ଯିବାର ଥିଲା କିନ୍ତୁ ନବରଙ୍ଗପୁର ଦଳ ୱାକଓଭର ହୋଇଥିଲା। ତୃତୀୟ ମ୍ୟାଚରେ ଏକେ ୪୭ ଓ ରାଜଖରିଆର ଦଳ ମଧ୍ୟରେ ହୋଇଥିଲା। ଏଥିରେ ଏକେ ୪୭ ଦଳ ବିଜୟୀ ହୋଇଥିଲା। ତେବେ ଚତୁର୍ଥ ମ୍ୟାଚରେ ବାଗବାହାରା ଦଳ ଓ ନବରଙ୍ଗପୁର ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ନବରଙ୍ଗପୁର ବିଜୟୀ ହୋଇ ପ୍ରଥମ ଦଳ ଭାବେ କ୍ୱାଟର ଫାଇନାଲରେ ପ୍ରବେଶ କରିଥିଲା। ଏହି ଟୁର୍ନାମେଣ୍ଟରେ ଅନିଲ ଦାଶ, ପଦ୍ମନ ବିଶି ଓ ବିଷିକେଶନ ବାଗ ଅମପେୟାରିଙ୍ଗ କରିଥିବା ବେଳେ ଜୈକିଶନ ସୁନାନୀ, ଅମିତ ହଂସ ଓ ସିମାଞ୍ଚଳ ମହାପାତ୍ର ଧାରବିବାରଣି ପ୍ରଦାନ କରିଥିଲେ। ଶୈଳେଶ ଶତପଥି ସ୍କୋରିଙ୍ଗ କରିଥିଲେ। ଆୟୋଜକ ଆଇୱା କ୍ଳବର ଆବାସ ଖାନ, ସାହିଲ ଖାନ, ରାଜୁ ଖାନ, ମୁଜହୀଦ ଖାନ, ଅନିଲ ଦେୱାଙ୍ଗନ, ରାଜା ଖାନ, ଗୁଲସନ ଜୈନ, ମୁନ୍ନା ସାହୁ, ବଣ୍ଟି ଠାକୁର, ଅନିଲ ଦାଶ, ଶିବରାତନ ବାଗ,ରାକେଶ ପଟେଲ, ବିଜୟୀ ସେଠି, ରାଜେନ୍ଦ୍ର ପଟେଲ, ଦୀନେଶ ପାଣ୍ଡେ, ମୁକେଶ ସହିଷ, ଅରିଫ ଖାନ ପ୍ରମୁଖ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.