ଶାସ୍ତ୍ରୀ ନଗର ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରାଜ୍ୟ କାୟାକଳ୍ପ କମାଣ୍ଡେବୁଲ ୨୦୨୪ ପାଇଁ ମନୋନୀତ

ଓଡିଆ ବାର୍ତ୍ତା/ ବଲାଙ୍ଗିର (ପ୍ରମୋଦ ସେଲମା): ବଲାଙ୍ଗିର ସହରରେ ଅବସ୍ଥାପିତ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଶାସ୍ତ୍ରୀ ନଗରର ଉତ୍ତମ ସ୍ୱାସ୍ଥ୍ୟ ସେବା ଓ ସ୍ୱଚ୍ଛତା ପାଇଁ ଓଡିଶା ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ତଥା ଜାତୀୟ ସ୍ୱାସ୍ଥ୍ୟ ମିଶନ ତରଫରୁ ରାଜ୍ୟ କାୟାକଳ୍ପ କମାଣ୍ଡେବୁଲ ୨୦୨୩-୨୪ ବର୍ଷ ସହିତ ସପ୍ତମ ଥର ପାଇଁ ଉକ୍ତ ପୁରସ୍କାର ଉପାଧିରେ ଯୋଗ୍ୟ ବିବେଚିତ ହୋଇଥିବା ଜଣାପଡିଛି। ରାଜ୍ୟ କାୟାକଳ୍ପ କମାଣ୍ଡେବୁଲ ପୁରସ୍କାର ଓଡିଶା ସ୍ୱାସ୍ଥ୍ୟ କ୍ଷେତ୍ରରେ ଅନବରତ କାର୍ଯ୍ୟରତ ସ୍ୱାସ୍ଥ୍ୟ ଚିକତ୍ସା କେନ୍ଦ୍ରମାନ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଉଥିବା ପାଇଁ ଓ ବିଶେଷ ଭାବରେ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ୱଚ୍ଛତା ଓ ପରିମଳ ପାଇଁ ପର୍ଯ୍ୟାପ୍ତ ସୁବିଧା ଯଥା ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଔଷଧୀୟ ବୃକ୍ଷ ବଗିଚା ସ୍ଥାପନ କରିବା, ଶିଶୁ ଉଦ୍ୟାନ ସୁବିଧା ଉପଲବ୍ଧ କରାଇବା, ଚିକିତ୍ସାଳୟର ପ୍ରତ୍ୟକ ସ୍ତରରେ ପରିଷ୍କାର ଓ ପରିମଳକୁ ପ୍ରାଧାନ୍ୟ ଦେବା ଏଭଳି ପ୍ରାଂଜଳ ଭାବରେ ପ୍ରାୟତଃ ଏକଶହ ଦଶ ଗୋଟି ଯାଞ୍ଚ ପ୍ରକ୍ରିୟା ମଧ୍ୟରୁ ପ୍ରାୟ ଷାଠିଏ ପ୍ରତିଶତ ଯାଞ୍ଚ ପ୍ରକ୍ରିୟାରେ ଉପକୃତ ହୋଇ ପାରିଲେ ଏହି ସ୍ୱତନ୍ତ୍ର ପୁରସ୍କାର ଉପାଧି ପାଇଁ ଯୋଗ୍ୟ ବିବେଚିତ ହୋଇଥାଆନ୍ତି। ଉକ୍ତ ପୁରସ୍କାର ଉପାଧିକୁ ରାଜ୍ୟ ସରକାର ନଗଦ ପଚାଶ ହଜାର ଠାରୁ ଏକ ଲକ୍ଷ ପଚାଶ ହଜାର ପର୍ଯ୍ୟନ୍ତ ରାଶି ପ୍ରଦାନ କରିଥାନ୍ତି। ଏହି ପୁରସ୍କାରକୁ ସ୍ୱତନ୍ତ୍ର ଭାବରେ ସ୍ୱାସ୍ଥ୍ୟ କେନ୍ଦ୍ର ହାସଲ କରି ଜିଲ୍ଲାରେ ଏକ ସ୍ୱତନ୍ତ୍ର ସ୍ଥାନ ହାସିଲ କରିପାରିଥିବାରୁ ନେସନାଲ ପିସ ୟୁନିସନ ନିର୍ଦ୍ଦେଶକ ସତ୍ୟ ରଞ୍ଜନ ମିଶ୍ର ଓ ସମ୍ପାଦକ ରବି ରଞ୍ଜନ ପୂଜାରୀ ସ୍ୱାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଫିସର ଡା. ରାକେଶ ରଞ୍ଜନ ମୁଣ୍ଡ, ଜିଲ୍ଲା ଜାତୀୟ ସ୍ୱାସ୍ଥ୍ୟ ମିଶନ ର ରାମାନୁଜ ପଣ୍ଡା (ଏ.ପି.ଏମ) କେନ୍ଦ୍ରର ସମସ୍ତ ସଭ୍ୟସଭ୍ୟା ତଥା ରାଜ୍ୟ ସରକାରଙ୍କୁ ଅଶେଷ ଧନ୍ୟବାଦ ଅର୍ପଣ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.