ପାନୀୟ ଜଳ ପାଇଁ ହନ୍ତସନ୍ତ ଡେଙ୍ଗାଗୁଡାବାସୀ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଳକ ମହିମା ପଞ୍ଚାୟତ ଡେଙ୍ଗାଗୁଡା ଗ୍ରାମରେ ଥିବା ପାନୀୟ ଜଳ ଯୋଗାଣ ପ୍ରକଳ୍ପରୁ ବିଦ୍ୟୁତ୍ ସଂଯୋଗ ବିଦ୍ୟୁତ୍ ବିଭାଗ ପକ୍ଷରୁ କାଟି ଦିଆଯାଇଛି। ଯାହା ଫଳରେ ସପ୍ତାହେ ହେବ ଜଳ ଯୋଗାଣ ଠପ୍ ହୋଇ ପଡିଛି। ଉକ୍ତ ପାନୀୟ ଜଳ ପ୍ରକଳ୍ପରେ ଡେଙ୍ଗାଗୁଡା ଗୋନ୍ତିଆପଡା ଓ ପୁଝାରୀପଡାର ପ୍ରାୟ ୧୫୦୦ ଲୋକେ ନିର୍ଭର କରିଥାନ୍ତି। ଏବେ ସପ୍ତାହେ ହେବ ଜଳ ଯୋଗାଣ ବନ୍ଦ ହୋଇ ଥିବାରୁ ଲୋକେ ପାଣି ପାଇଁ ଅନେକ ହଇରାଣ ହରକତ୍ ହେଉଛନ୍ତି। ଖରାର ପ୍ରକୋପ ବଢ଼ି ଚାଲିଥିବାବେଳେ ପିଇବା ପାଣିର ଆବଶ୍ୟକତା ମଧ୍ୟ ସେତିକି ବଢ଼ିଛି। ଏଭଲି ସମୟରେ ଗାଁରେ ଥିବା ନଳକୂପ ଗୁଡ଼ିକ ମଧ୍ୟ ପର୍ଯ୍ୟାପ୍ତ ନୁହେଁ। ପଞ୍ଚାୟତ ପକ୍ଷରୁ ବିଦ୍ୟୁତ୍ ଦୈୟ ପୈଠ ନହେବାରୁ ଜଳ ସମସ୍ୟା ଦେଖାଦେଇଥିବା ଲୋକେ ପ୍ରକାଶ କରିଛନ୍ତି। ଏବଂ ପଞ୍ଚାୟତ କତୃପକ୍ଷଙ୍କୁ ପଚାରିଲେ ଆଜି କାଲି ମଧ୍ୟରେ ବିଦ୍ୟୁତ୍ ବିଲ୍ ପୈଠ କରି ଦାଆଯିବ ବୋଲି ଲୋକଙ୍କୁ ଆଶ୍ବସନା ଦେଇ ସପ୍ତାହେ ହେବ ତାହା ହୋଇ ପାରିନାହିଁ। ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଦିନକୁ ଦିନ ଅସନ୍ତୋଷ ବଢିବାରେ ଲାଗିଛି। ଅନ୍ୟପଟେ ୩୦ ହଜାରରୁ ଉର୍ଦ୍ଧ୍ଵ ଟଙ୍କା ବକେୟା ରହିଥିବାରୁ ବିଦ୍ୟୁତ୍ ବିଛିନ୍ନ କରାଯାଇଥିବା ବିଦ୍ୟୁତ୍ ବିଭାଗ ପକ୍ଷରୁ ଜଣାପଡିଛି। ଏ ବିଷୟରେ ମହିମା ଗ୍ରାମ ପଞ୍ଚାୟତ ସରପଞ୍ଚ ଇଶରାମ କୋଲଥିଆଙ୍କୁ ପଚାରିବାରୁ କାଲି ସୁଦ୍ଧା ବିଦ୍ୟୁତ୍ ଦୈୟ ପୈଠ କରାଯାଇ ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.