ନିଷ୍ଠାପର ଉଦ୍ୟମ ସଫଳତାକୁ ବାଟ କଢାଏ
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ମା ମାଣିକେଶ୍ଵରୀ ବିଶ୍ବବିଦ୍ୟାଳୟ ଆନୁକୁଲ୍ୟରେ ପ୍ରେରଣାଦାୟୀ ନିରବଚ୍ଛିନ୍ନ ବକୃତାମାଳା ଉତ୍ତିଷ୍ଠତର ୧୫୨ତମ ଆଲୋଚନା ଚକ୍ରରେ “କଳାହାଣ୍ଡିରେ ଯୁବ ରେଡକ୍ରସ୍” ପ୍ରସଙ୍ଗରେ ଆଲୋଚନା ହୋଇଯାଇଛି। ବିଶ୍ଵବିଦ୍ୟାଳୟର କୁଳପତି କର୍ଣ୍ଣେଲ ପ୍ରଫେସର ସଞ୍ଜୟ କୁମାର ଶତପଥୀଙ୍କର ସଭାପତିତ୍ବରେ ଆୟୋଜିତ ଉକ୍ତ ବକୃତାମାଳାର ନିମନ୍ତ୍ରିତ ବକ୍ତାଭାବେ କଳାହାଣ୍ଡି ଜିଲ୍ଳା ଯୁବ ରେଡକ୍ରସ୍ ସଂଯୋଜକ ଅଧ୍ୟାପକ ଶାନ୍ତନୁ କୁମାର ପରିଡ଼ା ଯୋଗଦେଇ କଳାହାଣ୍ଡିରେ ଯୁବରେଡକ୍ରସ୍ ଓ ରେଡରିବନ କ୍ଲବ ଦ୍ବାରା ଆୟୋଜିତ ବିଭିନ୍ନ ସଚେତନତା ମୂଳକ କାର୍ଯ୍ୟକ୍ରମର ସଫଳ ରୂପାୟନ ବିଷୟରେ ଆଲୋକପାତ କରିଥିଲେ।ଉତ୍ତିଷ୍ଠତର ଆବାହକ ମେଜର ଡ. ଜୟଦେବ ସାହୁଙ୍କ ଆବାହକତ୍ବରେ ଆୟୋଜିତ ଏହି ଆଭାସୀ ବକୃତାମାଳା ରେ କୁଳସଚିବ ପିତାମ୍ବର ଭୋଇ – କାର୍ଯ୍ୟକ୍ରମର ଉଦ୍ଦେଶ୍ୟ, ସୁଶ୍ରୀ ଲିପ୍ସା ମହାରଣା – ସ୍ବାଗତ ସଂଗୀତ, ଯୁବ ରେଡକ୍ରସ୍ ପରାମର୍ଶଦାତା ମାନସ ରଞ୍ଜନ ପଣ୍ଡା – ସ୍ବାଗତ ଅଭିଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। କୁଳପତି ନିଜର ବକ୍ତବ୍ୟରେ ଜିଲ୍ଲାର ଯୁବ ରେଡକ୍ରସ୍ର ଅଗ୍ରଗତି ବିଷୟରେ ସନ୍ତୋଷ ପ୍ରକାଶ କରିବା ସହ ଜିଲ୍ଲାର ସମସ୍ତ ମହାବିଦ୍ୟାଳୟରେ ଏହାକୁ ଅଧିକ କାର୍ଯ୍ୟକ୍ଷମ କରିବା ବିଷୟରେ ଗୁରୁତ୍ବ ଦେଇଥିଲେ। ଜିଲ୍ଲା ଆବାହକ ସଂପାଦକ ସଞ୍ଜିବ କୁମାର ସାହୁ ଧନ୍ୟବାଦ ଅର୍ପଣ ଓ ପରାମର୍ଶଦାତା ଅଧ୍ୟାପକ ମୋହନ ଚରଣ ବିଷି ସଂଯୋଜନା କରିଥିଲେ। ଏହି ଆଭାସୀ କାର୍ଯ୍ୟକ୍ରମରେ ଡ. ପଲ୍ଲିଶ୍ରୀ ପଟ୍ଟନାୟକ, ଡ. ନିବେଦିତା ନାଥ, ବୈଦ୍ୟନାଥ ପାଢ଼ୀ,ସିମାଞ୍ଚଳ ମିଶ୍ର, ଗୋପାଳ କୃଷ୍ଣ ମିଶ୍ର, ବି ଗୋବିନ୍ଦ ରାଓ, ସୁବ୍ରତ ବେହେରା, ନୃସିଂହାନନ୍ଦ ସାସମଲ, ତ୍ରିନାଥ ପଟ୍ଟନାୟକଙ୍କ ସମେତ ଶତାଧିକ ବୁଦ୍ଧିଜୀବୀ, ଅଧ୍ୟକ୍ଷ, ଅଧ୍ୟାପକ, ଅଧ୍ୟାପିକା ଓ ସ୍ବେଚ୍ଛାସେବୀ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।