ପ୍ରତାପୁର ତୁମ୍ବେଶ୍ୱର ପୀଠ ଋଷିକୁଲ୍ୟା ନଦୀରେ ମହା ବାରୁଣୀ  ସ୍ନାନ;  ଲକ୍ଷାଧିକ ଭକ୍ତଙ୍କ ଭିଡ଼

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ପ୍ରତାପୁର ଗ୍ରାମରେ ପ୍ରବାହିତ ଋଷିକୁଲ୍ୟା ନଦୀ ରେ ପ୍ରଭୁ ରାମଚନ୍ଦ୍ର ବନ ବାସ ସମୟରେ ଏହି ସ୍ଥାନ ରେ ରାତ୍ରି ଯାପନ କରି ସକାଳେ ସ୍ନାନ କାର୍ଯ୍ୟ ସାରି ଶିବ ଅଭିଷେକ ପାଇଁ ବାଲି ରେ ଶିବ ଲିଙ୍ଗ କରି ପୁଜା କରି ବାକୁ ଚିନ୍ତା କରୁଥିଲା ବେଳେ ଋଷିକୁଲ୍ୟା ନଦୀରେ ଏକ ଲାଉତୁମ୍ଭକୁ ଭାସୁ ଥିବାର ଦେଖି ତାକୁ ଆଣି ପ୍ରଭୁ ଶିବ ପୁଜା କରି ଥିଲେ | ପରେ ତାକୁ ବିସର୍ଜନ କରିବା ନିମନ୍ତେ ଉଠାଇ ବାକୁ ଚେଷ୍ଟା କରି ପ୍ରଭୁ, ମାତା ସୀତା ଓ ଲକ୍ଷ୍ମଣ ମଧ୍ୟ ବିଫଳ ହୋଇ ଥିଲେ | କିନ୍ତୁ ଶୂନ୍ୟ ବାଣୀ ଶୁଣି ଏହି ଶୈବ ପୀଠ ର ନାମ ଲାଉ ତୁମ୍ଭ ଯୋଗୁଁ ତୁମ୍ବେଶ୍ୱର ନାମ ରଖିଥିଲେ | ଏବେବି ତୁମ୍ବେଶ୍ୱର ଙ୍କ ଲିଙ୍ଗ ରେ ରାମଚନ୍ଦ୍ର ଙ୍କ ଦଶ ଅଙ୍ଗୁଳିର ଚିହ୍ନ,ସୀତାମାଙ୍କ ମୁଦ୍ରିକା ର ଚିହ୍ନ, ଏବଂ ଲକ୍ଷ୍ମଣ ଙ୍କ ସର ନିକ୍ଷେପ କରିବାର ଚିହ୍ନ ଏବେବି ସେହି ଶିବ ଲିଙ୍ଗରେ ରହିଛି | ସେହି ଶୈବ ପୀଠରେ ପ୍ରବାହିତ ଋଷିକୁଲ୍ୟା ଉତ୍ତର ମୁଖ ହୋଇ ବହି ଯାଉଥିଲା ବେଳେ ସେ ଗଙ୍ଗା ନଦୀ ଙ୍କ ଠାରୁ ହଜାରେ ବର୍ଷ ରେ ବଡ଼ ବୋଲି ପୁରାଣ ରେ ବର୍ଣିତ ଅଛି | ତେବେ ଏହା ଉତ୍ତର ମୁଖ ହୋଇ ପ୍ରବାହିତ ହୋଉ ଥିବାରୁ କେଉଁ ପୁରାତନ କାଳରୁ ଏଠାରେ ବାରୁଣୀ ସ୍ନାନ ଟ୍ରୟୋଦଶୀ ତିଥିରେ ପ୍ରତିବର୍ଷ ହୁଏ | କଥିତ ଅଛି ଯେ, ଚୈତ୍ର ମାସ କୃଷ୍ଣ ପକ୍ଷ,ସତଭିଶା ନକ୍ଷତ୍ର, କୁମ୍ଭରାଶି ଓ ଶନିବାର ପଡ଼ୁଥିଲେ ମହା ମହା ବାରୁଣୀ ସ୍ନାନ ଯୋଗ ପଡେ | ଏହି ସମୟରେ ଲୋକ ମାନେ ଏହି ସ୍ଥାନରେ ସ୍ନାନ, ସଂକଳ୍ପ ପିତୃ ପୁରୁଷଙ୍କ ଅସ୍ଥି ବିସର୍ଜନ, ପିଣ୍ଡ ଦାନ, ତିଳ ତର୍ପଣ ଇତ୍ୟାଦି କର୍ମ କଲେ କୋଟି ପୁଣ୍ୟର ଫଳ ମିଳେ ବୋଲି ପୂରଣରେ ବର୍ଣିତ ଅଛି | ତେବେ କିଛି ବର୍ଷ ର ବ୍ୟବଧାନରେ ଏହି ମହା,ମହାବାରୁଣୀ ସ୍ନାନ ଯୋଗ ପଡେ | ତେବେ ଆଜି ସକାଳ 4ଘଣ୍ଟରୁ ସ୍ଥାନୀୟ ଠାକୁର ମାନେ ଘଣ୍ଟ, ପଟୁଆର ରେ ବିମାନରେ ନଦୀକୂଳ କୁ ଆସି ପ୍ରଥମେ ସ୍ନାନ କଲା ପରେ ଲୋକମାନେ ତାପରେ ସ୍ନାନ ସହିତ ପିତୃ ପୁରୁଷ ଙ୍କ ନିମନ୍ତେ ସବୁକାର୍ଯ୍ୟ କରିଥାନ୍ତି | ଆଜି ପ୍ରବଳ ଗୁଳୁ ଗୁଳି ସତ୍ୱେ ପ୍ରାୟ ଲକ୍ଷା ଧିକରୁ ଅଧିକ ଲୋକ ସେମାନଙ୍କ ପରିବାର ଆତ୍ମୀୟ ସ୍ୱଜନ ଙ୍କୁ ଧରି ଜମା ହୋଇ ସେମାନଜ କାର୍ଯ୍ୟ ସମାପନ କରିଥିଲେ | ଏତେ ଲୋକଙ୍କ ସମାଗମ ହୋଉ ଥିଲାଯେ ଆଚୁଲି ଛକ ଠାରୁ ପ୍ରତାପୁର ଛକ ପର୍ଯ୍ୟନ୍ତ ବହୁତ ସମୟ ପର୍ଯ୍ୟନ୍ତ ରାସ୍ତା ଯାମ ଯୋଗୁଁ 108 ଆମ୍ବୁଲାନ୍ସ ମଧ୍ୟ ବହୁତ ସମୟ ପର୍ଯ୍ୟନ୍ତ ଅଟକି ଯାଇଥିଲା | ତେବେ ପୋଲିସ ର ହସ୍ତକ୍ଷେପ ପରେ ସେଥିରେ ସୁଧାର ଆସିଥିଲା | ତେବେ ଗତକାଲି ଓ ଆଜି ପୁରୁଷୋତ୍ତମପୁର ବିଡ଼ିଓ ମନୋଜ କୁମାର ନାୟକ, ବ୍ଲକ ନିର୍ବାହୀ ଯନ୍ତ୍ରୀ ସରୋଜ କୁମାର ସାବତ, ଯନ୍ତ୍ରୀ ନାଗ ଭୂଷଣ ଯାଦବ ଯାଇ ପରିସ୍ଥିତି ବୁଝି ଆସିଥିଲେ | ପୁରୁଷୋତ୍ତମପୁର ଥାନା ଅଧିକାରୀ ବିପିନ ବିହାରୀ ହୋତା, ଓ ଅନ୍ୟ ଏସ ଆଇ, ଏ ଏସ ଆଇ ଓ ଷ୍ଟାଫ ମାନେ ଉପସ୍ଥିତ ରହି ଆଇନ ଶୃଙ୍ଖଳା ଉପରେ ନଜର ରଖି ଥିଲେ | ଏହା ସହ ତୁମ୍ବେଶ୍ୱର ମନ୍ଦିର ସେବାୟତ, ଯୁବକ ସଙ୍ଘ, ଓ ଅନ୍ୟାନ୍ୟ କର୍ମକର୍ତ୍ତା ମାନଙ୍କ ସହଯୋଗ ରେ ଏହି ଯାତ୍ରା ସମାପନ ହୋଉ ଥିଲା | ତେବେ ଗହଳିର ସୁଯୋଗ ନେଇ ଜଣେ ମହିଳାଙ୍କ ଠାରୁ ଜଣେ ମହିଳା ଲୁଟେରା ଜଳେଶ୍ୱର ଖଣ୍ଡି ଗ୍ରାମର ଜଣେ ମହିଳାଙ୍କ ବେକରୁ ସୋ ରିସିଆମାଳ ଛିଡାଇ ନେଇ ଯିବାର ଖବର ପାଇ ପୋଲିସ ସେହି ମହିଳା ଙ୍କୁ ଧରି ତାକୁ ଥାନାକୁ ଆଣି ତଦନ୍ତ କରୁଛି |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.