ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ମୁଖ୍ୟ କାରାଗାର ପାଚେରୀ ଡେଇଁ ଦୁଇ କଏଦୀ ଫେରାର ହୋଇଥିବାର ଖବର ମିଳିଛି। ଦୁଇ କଏଦୀଙ୍କ ନାମ ସିକନ୍ଦର ଜାଲ ଓ ନୀଳମଣି ବିଭାର। ଉଭୟେ ପୋସ୍କୋ ଆକ୍ଟରେ ଜିଲ୍ଲା ମୁଖ୍ୟ କାରାଗାରରେ ଥିଲେ। ସକାଳୁ ବଗିଚା କାମ କରୁଥିବା ବେଳେ ପାଚେରୀ ଦେଇ ଚମ୍ପଟ ମାରିଥିଲେ ଦୁଇ କଏଦୀ। ତେବେ କଏଦୀ ଫେରାର ହେବା ପରେ ବିଭିନ୍ନ ସ୍ଥାନରେ ପୋଲିସ ପକ୍ଷରୁ ଚଢାଉ ଚାଲିଛି। କଏଦୀଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ଉଦ୍ୟମ ଜାରି ରହିଥିବା ସୂଚନା ମିଳିଛି।