ଜ୍ୟୋତ୍ସ୍ନାରାଣୀ ପଟ୍ଟନାୟକଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପାଳିତ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଭୁବନେଶ୍ୱର ପଟିଆରେ ମିଷ୍ଟଭାଷୀ ମହିଳା ଭାବେ ପରିଚିତି ସ୍ବର୍ଗତା ଜ୍ୟୋତ୍ସ୍ନାରାଣୀ ପଟ୍ଟନାୟକଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅନୁଷ୍ଠିତ ହେଇଯାଇଛି। ଏହି ଅବସରରେ ତାଙ୍କ ସ୍ମୃତି ଚାରଣ କରାଯାଇଛି। ଶ୍ରାଦ୍ଧ ବାର୍ଷିକୀ ଅବସରରେ ସ୍ଥାନୀୟ ଅଞ୍ଚଳର ଲୋକେ ଉପସ୍ଥିତ ରହି ତାଙ୍କ ସ୍ମୃତି ଚାରଣ କରିଥିଲେ। ଏହି ଅବସରରେ ଲେଖକ ତଥା ପୁତୁରା ରବିନାରାୟଣ ପଟ୍ଟନାୟକ ତାଙ୍କ ସ୍ମୃତି ମନେ ପକାଇବା ସହ ତାଙ୍କ ଅବଦାନ ସବୁବେଳେ ମନେ ରହିବ ବୋଲି କହିଥିଲେ। ତାଙ୍କ ପରି ଜଣେ ମଣିଷ ବହୁତ୍ ବର୍ଷରେ ଥରେ ଜନ୍ମ ହୁଅନ୍ତି ବୋଲି ସଭାରେ ମତ ପ୍ରକାଶ ପାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.