ବୁଢାରଜାଙ୍କ ଦର୍ଶନ ସାରି ଜନସମ୍ପର୍କ ଜାରି କଲେ ୩ ଦଳର ବିଧାୟକ ପ୍ରାର୍ଥୀ

ଓଡ଼ିଆ ବାର୍ତ୍ତା/ ଧର୍ମଗଡ଼ (ହିରଣ୍ୟ ବେହେରା): ନିର୍ବାଚନ ସମୟ ପାଖେଇ ଆସିଲାଣି। ବିଭିନ୍ନ ଦଳର ପ୍ରାର୍ଥୀ ମାନେ ନିଜର ଦଳୀୟ କର୍ମୀମାନଙ୍କୁ ସାକ୍ଷାତ କରି ରଣନୀତି ପ୍ରସ୍ତୁତ କରୁଥିବା ଦେଖାଯାଉଛି। ଧର୍ମଗଡ ନିର୍ବାଚନ ମଣ୍ଡଳୀର ୩ ପ୍ରମୁଖ ଦଳ ବିଜେଡ଼ି, ବିଜେପି ଓ କଂଗ୍ରେସର ବିଧାୟକ ପ୍ରାର୍ଥୀମାନେ ରବିବାର କଳାହାଣ୍ଡି ଆରଧ୍ୟ ଦେବତା ପ୍ରଭୁ ବୁଢ଼ାରଜାଙ୍କ ଦର୍ଶନ କରିଛନ୍ତି। ଏହାପରେ କୋକସରା ବ୍ଳକର ବିଭିନ୍ନ ଅଞ୍ଚଳ ଗସ୍ତ କରି କର୍ମୀ ଓ ଭୋଟରଙ୍କୁ ସାକ୍ଷାତ କରିବାସହ ବିଜୟ ପାଇଁ ଆଶୀର୍ବାଦ ଭିକ୍ଷା କରୁଛନ୍ତି।

ବିଜେଡ଼ିର ବିଧାୟକ ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂଦେଓ ବୁଢ଼ାରଜା ଦେବଙ୍କ ଦର୍ଶନ କରି ଆମପାଣିଠାରେ ଚାଲିଥିବା ନବକୁଣ୍ଡିୟ ମହାବିଷ୍ଣୁ ଯଜ୍ଞରେ ଯୋଗ ଦେଇଥିଲେ। ତାଙ୍କ ସହିତ ବ୍ଳକ ବିଜେଡି ସଭାପତି ସୁଶାନ୍ତ ବେହେରା, ବ୍ଳକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ସୁରେଶ ଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି କଂଗ୍ରେସ ବିଧାୟିକା ପ୍ରାର୍ଥୀନୀ ରଶ୍ମିରେଖା ରାଉତ ମଧ୍ୟ ନିଜ ସମର୍ଥକଙ୍କ ସହ ଆସି ବୁଢ଼ାରଜାଙ୍କ ଦର୍ଶନ କରି ଆଶ୍ରିବାଦ କାମନା କରିଥିଲେ। ଏବଂ ବିଭିନ୍ନ ଅଞ୍ଚଳ ଗସ୍ତ କରିଥିଲେ। ତାଙ୍କ ସହ ବ୍ଲକ କଂଗ୍ରେସ ସଭାପତି ଲିଙ୍ଗରାଜ ବେହେରା, ତ୍ରିଭୁବନ ନାଏକ, ପୁରୁଷୋତ୍ତମ ଗୁପ୍ତା, ଅଜୟ ପଣ୍ଡା, ଟିକିଚନ୍ଦ୍ର ଧଙ୍ଗଡାମାଝୀ, ଅଭିମନ୍ୟୁ ପଟ୍ଟନାୟକ, ନିମାଇ ଚରଣ ଧଙ୍ଗଡାମାଝୀ, ନବୀନ ନାଏକ, ମାଧୁରୀ ନିଆଲ, ଫୁଲତୋଳା ଖମାରୀ ସମେତ ଦଳୀୟ କର୍ମୀମାନେ ଉପସ୍ଥିତ ରହିଥିଲେ।

ବିଜେପି ବିଧାୟକ ପ୍ରାର୍ଥୀ ସୁଧୀର ରଞ୍ଜନ ପାଟ୍ଟଯୋଷୀ ମଧ୍ୟ ରବିବାର ବୁଢ଼ାରଜା ଦେବଙ୍କ ଦର୍ଶନ କରି ଦଳୀୟ କର୍ମୀଙ୍କ ସହ ବିଶେଷ ଆଲୋଚନା କରିଥିଲେ। ଏହି ସମୟରେ ଭଜମନ ନାଏକ, ଅର୍ଜୁନ ଭାଟି, ଚକ୍ରଧର ବେଶ୍ରା ସମେତ ଦଳୀୟ କର୍ମୀମାନେ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.