ଫକୀରମୋହନ ବିଶ୍ବବିଦ୍ୟାଳୟ ପକ୍ଷରୁ ଆରମ୍ଭ ହେଲା ଜଳଛତ୍ର

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ନୂଆପାଢୀ ସ୍ଥିତ ଫକୀର ମୋହନ ବିଶ୍ବବିଦ୍ୟାଳୟ ପରିସରରେ ବର୍ତ୍ତମାନ ଅନୁଭୂତ ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଅଣଶିକ୍ଷକ କର୍ମଚାରୀ ସଂଘ ଦ୍ବାରା ଜଳଛତ୍ରର ଶୁଭାରମ୍ଭ କରାଯାଇଛି। ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଏହାର ଶୁଭ ଉଦଘାଟନ କରି ସ୍ୱହସ୍ତରେ ପାନୀୟ ଜଳ ବଣ୍ଟନ କରିଥିଲେ। ଜଳର ସଂରକ୍ଷଣ ସହ ଗ୍ରୀଷ୍ମତାପରୁ ନିଜକୁ ସୁରକ୍ଷିତ ରହିବାକୁ ଛାତ୍ରଛାତ୍ରୀଙ୍କୁ ଉପଦେଶ ଦେଇଥିଲେ। ଏଥିରେ ବିଶ୍ବବିଦ୍ୟାଳୟର ସମସ୍ତ ଶିକ୍ଷକ ଅଣଶିକ୍ଷକ କର୍ମଚାରୀ ଏବଂ ଛାତ୍ର ଛାତ୍ରୀ ଉପସ୍ଥିତ ରହି ଜଳ ବଣ୍ଟନରେ ସାହାଯ୍ଯ କରିଥିଲେ। ଏଥିସହ ଏହି କାର୍ଯ୍ୟକ୍ରମ ଗ୍ରୀଷ୍ମପ୍ରବାହ ଶେଷ ପର୍ଯ୍ୟନ୍ତ ଚାଲିବ ଓ ସ୍ବେଚ୍ଛାକୃତ ଭାବେ ସମସ୍ତଙ୍କୁ ଏଥିରେ ଯୋଗଦେବା ସହ ଏହାକୁ ସଫଳ କରାଯିବ ବୋଲି ସଂଘର ସଭାପତି ଉପେନ୍ଦ୍ର ପ୍ରସାଦ ଜେନା ଓ ସମ୍ପାଦକ ପ୍ରଦୀପ କୁମାର ଗାଣ ସୂଚନା ଦେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.