ପୁରୁଷୋତ୍ତମପୁର ସରକାରୀ ହାଇସ୍କୁଲର ପ୍ରତିଷ୍ଠାତାଙ୍କ ୧୨୪ତମ ସ୍ମୃତି ଚାରଣ ସଭା 

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ନରସିଂହ ଦାଶ ଉଚ୍ଚ ବିଦ୍ୟାଳୟରେ ରବିବାର ପୂର୍ବାହ୍ନ ୧୦ ଘଣ୍ଟା ସମୟରେ ବିଦ୍ୟାଳୟର ପ୍ରତିଷ୍ଠାତା ଶ୍ରୀ ନରସିଂହ ଦାଶଙ୍କ ୧୨୪ ତମ ତିରୋଧାନ ଉତ୍ସବ ମହା ସମାରୋହରେ ପାଳନ କରାଯାଇଛି| ଅନୁଷ୍ଠାନର ପ୍ରଧାନ ଶିକ୍ଷୟତ୍ରୀ ସୁଶ୍ରୀ ପୁର୍ଣିମା ସର୍ଦ୍ଧାର ନରସିଂହ ଦାଶଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ଏବଂ ହିନ୍ଦୀ ପ୍ରଚାର ସଭାର କୁଳପତି ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ରଥ ସ୍ବର୍ଗତ ଦାଶଙ୍କ ସ୍ମୁତି ଚାରଣ କରିଥିଲେ। ଏହି ଉତ୍ସବରେ ଏହି ସ୍କୁଲର ଅବସର ପ୍ରାପ୍ତ ବିଶିଷ୍ଟ ଶିକ୍ଷାବିତ ଶ୍ରୀ ଯୁକ୍ତ ଏ.ରାଜ ଗୋପାଳ ରାଓ, ତାରାତାରିଣୀ କଲେଜର ଅଧ୍ୟାପକ ଡ଼ଃ ପ୍ରଶାନ୍ତ କୁମାର ପଟ୍ଟନାୟକ, ସରକାରୀ ଶିକ୍ଷକ ଶ୍ରୀ ଯୁଧିଷ୍ଠିର ସାହୁ, ପୂର୍ବତନ ଛାତ୍ର ଶ୍ରୀ ଉଦୟନାଥ ବେହେରା, ନିରଞ୍ଜନ ମହାନ୍ତି, ବିରେନ ପଣ୍ଡା, କ୍ଷେତ୍ରବାସୀ ପ୍ରମୁଖ ଉପସ୍ଥିତ ଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.