ଲୁକୁପାଲିର ଷୋହଳ ପ୍ରହର ନାମଯଜ୍ଞରେ ବିଜେଡ଼ିର କଳାହାଣ୍ଡି ସାଂସଦ ପ୍ରାର୍ଥୀଙ୍କ ଯୋଗଦାନ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ସଦର ବ୍ଲକ ଟାନୱାଟ ପଞ୍ଚାୟତର ଲୁକୁପାଲି ଗ୍ରାମରେ ଚାଲିଛି ଷୋହଲ ପ୍ରହର ଅଖଣ୍ଡ ନାମଯଜ୍ଞ। ଏଥିରେ ଜିଲ୍ଲା ତଥା ଜିଲ୍ଲା ବାହାରର ଅନେକ ସଂକିର୍ତ୍ତନ୍ୟ ମଣ୍ଡଳୀ ଯୋଗଦେଇ ହରି ନାମ କିର୍ତ୍ତନ କରୁଛନ୍ତି। ଅଞ୍ଚଳରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିବାବେଳେ ଏଥିରେ ବିଜେଡ଼ିର କଳାହାଣ୍ଡି ସାଂସଦ ପ୍ରାର୍ଥୀ ଲମ୍ବୋଦର ନିଆଲ ଯୋଗଦାନ କରି ବିଭୁ କୃପା ଲାଭ କରିଛନ୍ତି। ଶ୍ରୀ ନିଆଲଙ୍କ ସହିତ ବରିଷ୍ଠ ବିଜେଡ଼ି ନେତା ତଥା କୋମନା ବ୍ଲକ ସଭାପତି କ୍ଷମା ନିଆଲ, ଜିଲ୍ଲା ପରିଷଦ ସଦସ୍ୟ ମୁରଲୀ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ। ବିଜେଡ଼ିର କଳାହାଣ୍ଡି ସାଂସଦ ପ୍ରାର୍ଥୀ ଭାବେ ନାମ ଘୋଷଣା ହେବା ପରେ ମାଁ ମାଣିକେଶ୍ବରୀଙ୍କ ଦର୍ଶନ କରି ଶ୍ରୀ ନିଆଲ ଭବାନୀପାଟଣା, ଧର୍ମଗଡ଼, କେସିଙ୍ଗା କୋକସରା, ସିନାପାଲି, ଖଡ଼ିଆଳ, ନୂଆପଡ଼ା ଆଜି ବ୍ଲକର ବିଭିନ୍ନ ଅଞ୍ଚଳକୁ ମାରାଥନ ଗସ୍ତ କରି ଦଳୀୟ କର୍ମୀ ଓ ଜନସାଧାରଣଙ୍କ ସହ ସାକ୍ଷାତ ଆଲୋଚନା କରୁଛନ୍ତି। ସେହି କ୍ରମରେ ରବିବାର ରାତିରେ ସେ ନୂଆପଡା ସଦର ବ୍ଲକର ଲୁକୁପାଲି ଗ୍ରାମରେ ପହଞ୍ଚି ଷୋହଳ ପ୍ରହର ନାମଯଜ୍ଞରେ ସାମିଲ ହୋଇଥିଲେ। ସାଂସଦ ପ୍ରାର୍ଥୀ ଶ୍ରୀ ନିଆଲଙ୍କ ସହ ବିଜେଡ଼ିର ଅନେକ କାର୍ଯ୍ୟକର୍ତ୍ତା ଓ କର୍ମୀ ଉପସ୍ଥିତ ଥିଲେ। ଆୟୋଜକ କମିଟିର ସଭାପତି ଶରତ ହଂସ ଏବଂ ଲୁକୁପାଲି ଗ୍ରାମବାସୀ ବୃନ୍ଦ ଶ୍ରୀ ନିଆଲଙ୍କୁ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା ଜଣାଇ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.