ମାଓଗଡ଼ରେ ନୂଆପଡ଼ା ବିଜେପି ବିଧାନସଭା ପ୍ରାର୍ଥୀ ଅଭିନନ୍ଦନଙ୍କର ପ୍ରଚାର

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ଜିଲ୍ଲା କୋମନା ବ୍ଲକ ସୁନାବେଡା ଅଭୟାରଣ୍ୟ ସ୍ଥିତ ସୁନାବେଡା ଗାଁରେ ନୂଆପଡା ବିଜେପି ବିଧାନସଭା ପ୍ରାର୍ଥୀ ଅଭିନନ୍ଦନ ପଣ୍ଡା ନିର୍ବାଚନ ପ୍ରଚାର କରିଛନ୍ତି। ମାଓଗଡ଼ ବୋଲାଉଥିବା ସୁନାବେଡା ଗ୍ରାମରେ ଅବସ୍ଥିତ ଏହି ଅଞ୍ଚଳର ଅଧିଷ୍ଠାତ୍ରୀ ଦେବି ମା ସୁନାଦେଇଙ୍କ ଦର୍ଶନ ଲାଭ କରି ବିଜେପି ବିଧାନସଭା ପ୍ରାର୍ଥୀ ଅଭିନନ୍ଦନ ପଣ୍ଡା ନିଜର ପ୍ରଚାର ଆରମ୍ଭ କରିଛନ୍ତି। ବିଜେପି ସରକାରର ବିଭିନ୍ନ ଲୋକାଭିମୁଖୀ ଯୋଜନାସବୁକୁ ଗ୍ରାମବାସୀଙ୍କୁ ଗୋଟି ଗୋଟି କରି ବଖାଣି ଶ୍ରୀ ପଣ୍ଡା ବୁଝାଇଥିଲେ। ପରେ ସେ ନିଜେ ଯୁବକ ପ୍ରାର୍ଥୀ ହୋଇଥିବାରୁ ନୂଆପଡା ନିର୍ବାଚନ ମଣ୍ଡଳୀର ସମସ୍ତଙ୍କର ସମସ୍ୟାର ସମାଧାନ କିପରି ହେବ ଲୋକେ ସରକାରୀ ଯୋଜନା ସବୁ କିପରି ପାଇ ପାରିବେ ତାହାକୁ ବିଶେଷ ଗୁରୁତ୍ୱ ଦେବା ସହିତ ସବୁବେଳେ ସାଧାରଣ ଜନତାଙ୍କ ନିକଟତର ରହିବି ବୋଲି କହିଥିଲେ। ତେବେ ଅଭିନନ୍ଦନ ପଣ୍ଡା ୧୫ ବର୍ଷ ହେବ ଯୁବ ମୋର୍ଚ୍ଚା ଜିଲ୍ଲା ସଭାପତି ଦାଇତ୍ୱ ତୁଲାଇ ଆସୁଥିବା ବେଳେ ବର୍ତ୍ତମାନ ୨୦୨୪ ସାଧାରଣ ନିର୍ବାଚନରେ ବିଜେପି ତାଙ୍କୁ ଦଳୀୟ ପ୍ରାର୍ଥୀ ରୂପେ ଘୋଷଣା କରିଛି। ଏହି ପ୍ରାଥୀତ୍ୱ ଘୋଷଣାକୁ ନେଇ ବିଜେପିର କିଛି ଆଗ ଧାଡି ନେତୃ ମଣ୍ଡଳୀ ଅସନ୍ତୋଷ ପ୍ରକାଶ କରିବା ସହ ଟିକେଟର ପୁନଃ ବିଚାର ହେଉ ବୋଲି ଭୁବନେଶ୍ୱର ଯାଇ ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ସାକ୍ଷାତ ମଧ୍ୟ କରିଥିଲେ। ତେବେ ନୂଆପଡ଼ା ବିଧାନସଭା ପ୍ରାର୍ଥୀ ଶ୍ରୀ ପଣ୍ଡା ଏ ନେଇ କୌଣସି ପ୍ରତିକ୍ରିୟା ରଖି ନାହାନ୍ତି ଏବଂ କର୍ମୀ ତୃଣ ମୂଳ ସ୍ତରରେ ରହିବି ସମସ୍ତ ଲୋକଙ୍କ ସମସ୍ୟା ବୁଝି ସମାଧାନ କରିବେ ବୋଲି ଶ୍ରୀ ପଣ୍ଡା ପ୍ରକାଶ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.