ବିଦ୍ୟାଳୟରେ ଫୁଲ ଚନ୍ଦନ ଲଗାଇ ଛାତ୍ରଛାତ୍ରୀଙ୍କୁ ସ୍ଵାଗତ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ଜିଲ୍ଲା ସଦର ବ୍ଳକ ସମସ୍ତ ବିଦ୍ୟାଳୟରେ ନୂତନ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କୁ ଫୁଲ ଚନ୍ଦନ ଲଗାଇ ପ୍ରଵେଶ ଉତ୍ସବ ପାଳିତ ହୋଇଯାଇଛି। ଶିକ୍ଷା ବିଭାଗର ନିର୍ଦ୍ଦେଶ ମତେ ଏପ୍ରିଲ ୨ ତାରିଖରୁ ଛାତ୍ରଛାତ୍ରୀ ମାନେ ନିକଟସ୍ଥ ବିଦ୍ୟାଳଗୁଡିକରେ ପ୍ରଥମ, ଷଷ୍ଠ ଓ ନବମ ଶ୍ରେଣୀରେ ଉତ୍ସାହର ସହିତ ଆସି ନାମ ଲେଖାଉଛନ୍ତି। ଗୋଷ୍ଠୀ ଶିକ୍ଷା ଅଧିକାରୀ ନୂଆପଡ଼ା ଶ୍ରୀଯୁକ୍ତ ହେମସାଗର ମାହାନନ୍ଦଙ୍କ ପ୍ରତ୍ୟକ୍ଷ ମାର୍ଗଦର୍ଶନରେ ସହଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ବିଆରସିସି ଶ୍ରୀଯୁକ୍ତ ଉତ୍କଳମଣି ଅଗସ୍ତି, ସହଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଚୈତ ରାମ ନାଏକ, ଚନ୍ଦ୍ରକଳା ଜଗତ, ବ୍ଲକର ସମସ୍ତ ସାଧନ କେନ୍ଦ୍ର ସଂଯୋଜକଙ୍କ ତତ୍ତ୍ଵାବଧାନରେ ଛାତ୍ରଛାତ୍ରୀ ମାନଙ୍କର ନାମଲେଖା ଓ ସ୍ୱାଗତ ଉତ୍ସବ ସମସ୍ତ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ତଥା ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ସଦସ୍ୟା ମାନଙ୍କ ସହଯୋଗରେ ପିତାମାତା ଓ ଅଭିଭାବକ ମାନେ ଅତ୍ୟନ୍ତ ଖୁସିମନରେ ଆସି ନିଜର ପୁଅ ଝିଅ ମାନଙ୍କର ନାମ ଲେଖାଇଛନ୍ତି। ପ୍ରବେଶ ଉତ୍ସବ ଦିନ ସମସ୍ତ ବିଦ୍ୟାଳୟରେ ନୂଆ ନାମ ଲେଖାଇଥିବା ଛାତ୍ରଛାତ୍ରୀମାନଙ୍କୁ ପାଠ୍ୟ ପୁସ୍ତକ ପ୍ରଦାନ କରାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.