ନର୍ଲାରୁ ପ୍ରଚାର ଆରମ୍ଭ କଲେ ଭକ୍ତ ଦାସ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା ପରେ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ଭକ୍ତ ଚରଣ ଦାସ। ଚଳିତ ନିର୍ବାଚନରେ ନର୍ଲା ବିଧାନସଭା ଆସନରୁ ଭକ୍ତ ଦାସଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ। ଶ୍ରୀ ଦାସ ଭବାନୀପାଟଣାରୁ ଛତିକୁଡା ଛକ ଦେଇ ସୋମବାର ପୂର୍ବାହ୍ନରେ ନର୍ଲା ଚାରିଛକ ଠାରେ ପହଞ୍ଚିଥିଲେ। ତାଙ୍କ ସାଙ୍ଗରେ ଥିଲେ କଳାହାଣ୍ଡି ଲୋକସଭା ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀନୀ ଦ୍ରୌପଦୀ ମାଝୀ। ନର୍ଲା କଂଗ୍ରେସର କାର୍ଯ୍ୟକର୍ତ୍ତା ଓ କର୍ମୀମାନେ ଶ୍ରୀ ଦାସ ଓ ଶ୍ରୀମତୀ ମାଝୀଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କରି ଶ୍ରୀ ଦାସ ନର୍ଲା କଂଗ୍ରେସ କାର୍ଯ୍ୟାଳୟର ଶୁଭ ଉଦଘାଟନ କରିଥିଲେ। ସେଠାରେ ସମବେତ କର୍ମୀମାନଙ୍କୁ ଉତ୍ସାହିତ କରିବା ସହ କଂଗ୍ରେସର ନିର୍ବାଚନୀ ଇସ୍ତାହାର ଘରେ ଘରେ ପହଞ୍ଚାଇବା ପାଇଁ ଗୁରୁମନ୍ତ୍ର ପ୍ରଦାନ କରିଥିଲେ। ଏହି ସମୟରେ ନର୍ଲା ବ୍ଲକ କଂଗ୍ରେସ କମିଟି ସଭାପତି ସମିର ଚାନ୍ଦ, କଳାହାଣ୍ଡି ଜିଲ୍ଲା କଂଗ୍ରେସ କମିଟି ସଦସ୍ୟ ରଜନୀ କୁମାର, ନର୍ଲା ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ସଭାପତି ନିରଜ ଶର୍ମା, ଯୁବ ନେତୃତ୍ବ ଦୀପୁ ପାତ୍ର, ପିଣ୍ଟୁ ନାଗ, ବରିଷ୍ଠ କଂଗ୍ରେସ ନେତା ଚୁଳମଣି ଗୈାଡିଆ, ଅନି ବିଶ୍ବାଳ ପ୍ରମୁଖଙ୍କ ସହ ଶତାଧିକ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ।  କଂଗ୍ରେସକୁ ଭୋଟ ଦେଇ ତାଙ୍କୁ ବିଧାୟକ ଭାବେ ନିର୍ବାଚିତ କରାଇବା ପାଇଁ ନର୍ଲା ନିର୍ବାଚନ ମଣ୍ଡଳୀବାସୀଙ୍କୁ ନିବେଦନ କରିଛନ୍ତି ଭକ୍ତ ଦାସ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.