ଦ୍ଵିତୀୟ ପର୍ଯ୍ୟାୟ ନାମାଙ୍କନର ଷଷ୍ଠ ଦିନ: ବିରାଟ ପଟୁଆରରେ ଆସି ନାମଙ୍କନ ଦାଖଲ କାଲେ ଉପବାଚସ୍ପତି ସାଲୁଗା ପ୍ରଧାନ

ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): ସାଧାରଣ ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟ ନାମାଙ୍କନର ଷଷ୍ଠ ଦିନ ରେ ଜି ଉଦୟଗିରି ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ତଥା ଉପବାଚସ୍ପତି ସାଲୁଗା ପ୍ରଧାନ ନିଜର ହଜାର ହଜାର ସମର୍ଥକଙ୍କୁ ନେଇ ବିରାଟ ପଟୁଆରରେ ନିଜର ଶକ୍ତି ପ୍ରଦର୍ଶନ କରିବା ସହ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସ୍ଥାନୀୟ ହନୁମାନ ମନ୍ଦିର ନିକଟ ବଗିଚାରୁ ପାରମ୍ପରିକ ବାଦ୍ୟ,‌ନୃତ୍ୟ ଓ ସଙ୍ଗୀତରେ ଜି.ଉଦୟଗିରି ନିର୍ବାଚନ ମଣ୍ଡଳୀର ଜି. ଉଦୟଗିରି, ରାଇକିଆ, ଦାରିଙ୍ଗବାଡି ଓ ଟିକାବାଲି ବ୍ଲକର ହଜାର ହଜାର ସମର୍ଥକଙ୍କୁ ନେଇ ଏକ ସମଗ୍ର ସହର ପରିକ୍ରମା କରି ସ୍ଥାନୀୟ ଆଇଟିଡିଏ କାର୍ଯ୍ୟାଳୟରେ ପହଞ୍ଚି ରିଟର୍ଣ୍ଣି ଅଫିସର ତଥା ଅତିରିକ୍ତ ଜିଲ୍ଲାପାଳ ଅଶୋକ କୁମାର ଭୋଇଙ୍କ ନିକଟରେ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ପ୍ରାର୍ଥୀପତ୍ର ଦାଖଲ ସମୟରେ ଜିଲ୍ଲା ପର୍ଯ୍ୟବେକ୍ଷକ ବିଜୟ ନାୟକ, ସଂଯୋଜକ କ୍ଲେଶ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ ତାଙ୍କ ଉପରେ ଭରସା କରି ଚତୁର୍ଥ ଥର ପାଇଁ ଟିକଟ ଦେଇଥିବାରୁ ତାଙ୍କ ଉପରେ ହଜାର ହଜାର ଲୋକଙ୍କ ଆଶା ଭରସା ରହିଛି, ଏଣୁ ଲୋକଙ୍କ ଆଶୀର୍ବାଦରୁ ମୁଁ ବିଜୟୀ ହେବା ସହ ୬ ଷ୍ଠ ଥର ପାଇଁ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବେ ଓ ୫-ଟି ନବୀନ ଗ୍ୟାରେଣ୍ଟି ଲୋକଙ୍କ ଆଶା ଭରସାକୁ ପୂରଣ କରିବି ବୋଲି କହିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.